ପ୍ରତ୍ୟେକ ପୂଜାରେ କାହିଁକି ପଞ୍ଚାମୃତ ବ୍ୟବହାର ହୋଇଥାଏ ? ଏବଂ କଣ ରହିଛି ଏହାର ବିଶେଷତ୍ଵ

ହିନ୍ଦୁଧର୍ମରେ ପୂଜାପାଠର ବିଶେଷ ମହତ୍ତ୍ଵ ରହିଛି । ଏମିତିରେ ଆମେ ପୂଜା ସମୟରେ ସମସ୍ତ ଆବଶ୍ୟକୀୟ ଜିନିଷ ସଜାଡି ରଖୁ , ସେଥି ମଧ୍ୟରୁ ଗୋଟିଏ ପ୍ରଧାନ ଦ୍ରବ୍ୟ ହେଉଛି ପଞ୍ଚାମୃତ । ବିଶେଷ କରି ପଞ୍ଚାମୃତ ହେଲା ସମସ୍ତ ପୂଜାର ମୁଖ୍ୟ ଦ୍ରବ୍ୟ ।

ଆମ ହିନ୍ଦୁ ଧର୍ମରେ ଗଙ୍ଗା ଜଳ ଓ ପଞ୍ଚାମୃତର ଖୁବ୍ ମାହାତ୍ମ୍ୟ ରହିଛି । ଏହାକୁ ସେବନ କରିବା ଦ୍ୱାରା ଅକାଳ ମୃତ୍ୟୁ ଦୁର ହୋଇଥାଏ ବୋଲି ବିଶ୍ୱାସ ରହିଛି।

– ପଞ୍ଚାମୃତ ଯେତେବେଳେ ଆମେ ଗ୍ରହଣ କରି ଥାଉ ତାହା ଡାହାଣ ହାତରେ ଗ୍ରହଣ କରିଥାଉ ।

– ତାକୁ ପ୍ରଥମେ ମସ୍ତକରେ ଲଗାଇ ତା ପରେ ଗ୍ରହଣ କରିବା ଉଚିତ୍ ।

– ପଞ୍ଚାମୃତ ସବୁବେଳେ ତମ୍ବା ପାତ୍ରରେ ପ୍ରସ୍ତୁତ କରିବା ଉଚିତ୍ । କାରଣ ତମ୍ବା ପାତ୍ର ରୋଗ ନାଶକ ଅଟେ । ଏହାକୁ ସେବନ କଲେ ଅନେକ ରୋଗରୁ ନିବାରଣ ମିଳିଥାଏ ଓ ସ୍ମରଣ ଶକ୍ତି ବଢ଼ିଥାଏ ।

– ପଞ୍ଚାମୃତ ସେବନ କରିବା ଦ୍ୱାରା ଈଶ୍ବରଙ୍କ ଆଶୀର୍ବାଦରୁ ଶରୀର ରୋଗମୁକ୍ତ ହୋଇଥାଏ ।

– ଯେତେବେଳେ ଆପଣ କୌଣସି କାମରେ ସକାଳୁ ଯାଉଛନ୍ତି ତେବେ ସ୍ନାନ ସାରି ପଞ୍ଚାମୃତ ସେବନ କରି ଯାଆନ୍ତୁ । ଦେଖିବେ କାର୍ଯ୍ୟରେ ନିଶ୍ଚିତ ସଫଳ ହେବେ ।

– ବୁଧୁବାର ଦିନ ଗଣେଶଙ୍କୁ ପଞ୍ଚାମୃତରେ ସ୍ନାନ କରାଇବା ପରେ ସେହି ପଞ୍ଚାମୃତକୁ ଘରର ସମସ୍ତେ ସେବନ କଲେ ଘରର ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ ।

ଏହିସବୁ କାରଣ ପାଇଁ ପ୍ରତ୍ୟେକ ଶୁଭ କାର୍ଯ୍ୟ ତଥା ପୂଜା ପାର୍ବଣରେ ପଞ୍ଚାମୃତ ନିହାତି ଆବଶ୍ୟକ ପଡିଥାଏ। ଯାହା ଅତ୍ୟନ୍ତ ଶୁଭ ଦାୟକ ତଥା ଦୀର୍ଘ ଜୀବନ ପ୍ରଦାୟକ।

Comments are closed.