ସ୍ୱଚ୍ଛ ଭାରତ ମିଶନ ୨.୦ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ନବୀନ କହିଲେ ୨୦୨୨ ଶେଷ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଶୁଦ୍ଧ ପାନୀୟ ଜଳ

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ଭାଗର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇ ନିଜ ନିଜ ରାଜ୍ୟରେ ସ୍ୱଚ୍ଛତା ମିଶନକୁ କିଭଳି ସଫଳତା ସହ କାର୍ଯ୍ୟକାରୀ କରାଯିବ, ସେ ନେଇ ମତ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ୨୦୨୨ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ଘରେ ସ୍ୱଚ୍ଛ ପାନୀୟ ଜଳ ପହଂଚାଇବାକୁ ତାଙ୍କ ସରକାର ଲକ୍ଷ୍ୟ ରଖିଛନ୍ତି।
ସ୍ୱଚ୍ଛ ଭାରତ ମିଶନ ପ୍ରଥମ ଭାଗରେ ଗ୍ରାମାଞ୍ଚଳ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଦ୍ୱିତୀୟ ଭାଗରେ ସହରାଂଚଳ ସ୍ୱଚ୍ଛତା ଉପରେ ଫୋକସ୍ କରାଯିବ।

Comments are closed.