ଗାନ୍ଧି ଜୟନ୍ତୀରେ ବିଜେଡିର ମାସେବ୍ୟାପୀ ସମାଜ ସେବା କାର୍ଯ୍ୟକ୍ରମ

ଭୁବନେଶ୍ୱର – ଆଜି ଗାନ୍ଧି ଜୟନ୍ତୀରେ ବିଜେଡିର ମାସେବ୍ୟାପୀ ସମାଜ ସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସମାଜସେବା ମାଧ୍ୟମରେ ଶ୍ରମଦାନର ମହତ୍ତ୍ୱ ଘରେ ଘରେ ପହଂଚାଇବାକୁ ଲକ୍ଷ୍ୟ ରଖିଛି ବିଜେଡି । ସ୍ୱଚ୍ଛତା ରକ୍ଷା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଶ୍ରମ ଦ୍ୱାରା ଶିକ୍ଷାନୁଷ୍ଠାନ, ରାସ୍ତାଘାଟ, ସୁବିଧା କେନ୍ଦ୍ରକୁ ସଫା କରିବାକୁ ଦଳ ନିଷ୍ପତ୍ତି ନେଇଛି । ରକ୍ତଦାନ କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ କରିବ ବିଜେଡି ।

Comments are closed.