ରାଜ୍ୟରେ ଆଉ ୪୭୮ କୋରୋନା ଆକ୍ରାନ୍ତ ଚିହ୍ନଟ, ଶିଶୁ,କିଶୋରଙ୍କ ସଂଖ୍ୟା ୫୭

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୪୭୮ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୮୧ ଓ ସ୍ଥାନୀୟ ଅଞ୍ଚଳରୁ ୧୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶିଶୁ ଓ କିଶୋରଙ୍କ ସଂଖ୍ୟା ରହିଛି ୫୭ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୧, କଟକରୁ ୫୭, ଜଗତସିଂହପୁରରୁ ୨୯, ବାଲେଶ୍ୱରରୁ ୨୫, ଯାଜପୁରରୁ ୧୬, ପୁରୀରୁ ୧୪, ମୟୂରଭଞ୍ଜରୁ ୧୩, ସମ୍ବଲପୁରରୁ ୧୨, ଢେଙ୍କାନାଳରୁ ୧୨, ସୁନ୍ଦରଗଡରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳ ଜିଲ୍ଲାରୁ ୭, ଝାରସୁଗୁଡାରୁ ୭, ଭଦ୍ରକରୁ ୪, ଗଞ୍ଜାମରୁ ୩, କେନ୍ଦ୍ରାପଡାରୁ ୩, ଗଜପତିରୁ ୨, ନୟାଗଡରୁ ୨, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୧, ସୁବର୍ଣ୍ଣପୁରରୁ ୧, ମାଲକାନଗିରିରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କୋରୋନା ପଜିଟିଭ ହୋଇଥିବା ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ୨୭ ହଜାର ୪୩୧କୁ ବୃଦ୍ଧି ପାଇଛି । ୧୦ ଲକ୍ଷ ୧୩ ହଜାର ୮୩୩ ଜଣ ସୁସ୍ଥ ହୋଇସାରିଛନ୍ତି । ୫ ହଜାର ୩୩୬ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

Comments are closed.