କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଆଉ ୨୪,୩୫୪ ମାମଲା, ୨୩୪ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ -୧୯ର ଆଉ ୨୪,୩୫୪ ମାମଲା ଆସିଛି । ଫଳରେ ମୋଟ ମାମଲା ୩,୩୭,୯୧,୦୬୧କୁ ବୃଦ୍ଧି ପାଇଛି । ଦିନକରେ ୨୩୪ ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୪,୪୮,୫୭୩ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨୭୩,୮୮୯ ଅଟେ, ଯାହା ୧୯୭ ଦିନର ସର୍ବନିମ୍ନ ସ୍ତରରେ ରହିଛି।

ମନ୍ତ୍ରଣାଳୟ କହିଛି ଯେ ଚିକିତ୍ସିତ ହେଉଥିବା ତଥା ସକ୍ରିୟ ରୋଗୀଙ୍କ ସଂଖ୍ୟା ହେଉଛି ମୋଟ ସଂକ୍ରମଣ ମାମଲାର 0.୮୧ ପ୍ରତିଶତ, ଯାହା ମାର୍ଚ୍ଚ ୨୦୨୦ ଠାରୁ ସର୍ବନିମ୍ନ ହୋଇଥିବାବେଳେ କୋଭିଡ -୧୯ ରୁ ଆରୋଗ୍ୟ ହାର ୯୭.୮୬ ପ୍ରତିଶତ ଅଟେ, ଯାହା ମାର୍ଚ୍ଚ ୨୦୨୦ ଠାରୁ ସର୍ବାଧିକ। ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହେଉଥିବା ମୋଟ ରୋଗୀଙ୍କ ସଂଖ୍ୟାରେ ୧୩୩୫ ହ୍ରାସ ଘଟିଛି।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଗତ ବର୍ଷ ଅଗଷ୍ଟ ୭ ରେ ୨୦ ଲକ୍ଷ, ଅଗଷ୍ଟ ୨୩ ରେ ୩୦ ଲକ୍ଷ ଏବଂ ସେପ୍ଟେମ୍ବର ୫ ରେ ୪୦ ଲକ୍ଷରୁ ଅଧିକ ହୋଇଯାଇଥିଲା। ଏଥି ସହିତ, ୧୬ ସେପ୍ଟେମ୍ବରରେ ମୋଟ ସଂକ୍ରମଣ ୫୦ ଲକ୍ଷ, ୨୮ ସେପ୍ଟେମ୍ବରରେ ୬୦ ଲକ୍ଷ, ୧୧ ଅକ୍ଟୋବରରେ ୭୦ ଲକ୍ଷ, ୨୯ ଅକ୍ଟୋବରରେ ୮୦ ଲକ୍ଷ ଏବଂ ୨୦ ନଭେମ୍ବରରେ ୯୦ ଲକ୍ଷ ଅତିକ୍ରମ କରିଛି। ଦେଶରେ ଏହି ମାମଲା ଡିସେମ୍ବର ୧୯ରେ ଏକ କୋଟି ଅତିକ୍ରମ କରିଥିଲା, ଚଳିତ ବର୍ଷ ମେ ୪ ରେ ଦୁଇ କୋଟି ଅତିକ୍ରମ କରି ଜୁନ୍ ୨୩ରେ ତିନି କୋଟି ଅତିକ୍ରମ କରିଥିଲା।

Comments are closed.