କାଲି ପିପିଲି ଉପନିର୍ବାଚନର ଭୋଟ୍ ଗଣତି, ସମସ୍ତ ପ୍ରସ୍ତୁତି ଶେଷ

ପିପିଲି – ପିପିଲି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଆସନ୍ତାକାଲି ଭୋଟ୍ ଗଣତି । ପିପିଲି ଭୋଟର ଏଥର କେଉଁ ଦଳର ପ୍ରାର୍ଥୀଙ୍କୁ ଜନପ୍ରତିନିଧି ଭାବେ ନିର୍ବାଚିତ କରିଛନ୍ତି, ତାହା ଆସନ୍ତାକାଲି ଜଣପଡିବ । ଭୋଟ୍ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ସକାଳ ୮ଟାରୁ ଦୁଇଟି କାଉଣ୍ଟରରେ ଗଣତି କରାଯିବ । ସକାଳ ୮ଟା ୩୦ ମିନିଟରେ ଇଭିଏମ କାଉଣ୍ଟ ହେବ । ଭୋଟ୍ ଗଣତି ପାଇଁ ୬୨ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଗଣତି ଫଳାଫଳ କ୍ୟାମେରା ଓ ସ୍କ୍ରିନ ମାଧ୍ୟମରେ ଲୋକଙ୍କୁ ଦେଖାଯିବ । ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩ଟି ହଲରେ ଗଣତି କରାଯିବ । ୨ଟିରେ ଇଭିଏମ ଓ ଗୋଟିଏରେ ଭିଭିପ୍ୟାଟ୍ ଗଣତି ହେବ । ମୋଟ ୧୪ଟି ଟେବୁଲରେ ହେବ ଭୋଟ୍ ଗଣତି । ଗୋଟିଏ ହଲରେ ୭ଟି ଟେବୁଲ୍ ରହିବ । କାଉଣ୍ଟିଂ ସେଣ୍ଟରରେ ରହୁଥିବା ଲୋକେ ଡବଲ୍ ଡୋଜ୍ ଟିକା ନେବା ଜରୁରୀ । ପ୍ରତି ରାଜନୈତିକ ଦଳ ଏଜେଂଟ୍ ରଖିପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ସୂଚନା ଦେଇଛନ୍ତି ।

Comments are closed.