ରାଜ୍ୟରେ ଆଉ ୪୦୭ କୋରୋନା ଆକ୍ରାନ୍ତ ଚିହ୍ନଟ, ୨୪ ଘଣ୍ଟାରେ ୧୨ ଜିଲ୍ଲାରୁ ଶୂନ ସଂକ୍ରମଣ

ଭୁବନେଶ୍ୱର – ରାଜ୍ୟରେ ଆଉ ୪୦୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୭୪ ଜଣ ଶିଶୁ ଓ କିଶୋର ଅଛନ୍ତି । ସଙ୍ଗରୋଧରୁ ୨୩୮ ଓ ସ୍ଥାନୀୟ ଅଞ୍ଚଳରୁ ୧୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୭ ଓ କଟକରୁ ୬୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୨୬, ପୁରୀରୁ ୧୯, ଜଗତସିଂହପୁରରୁ ୧୮, ଯାଜପୁରରୁ ୧୭, ବାଲେଶ୍ୱରରୁ ୧୬, ସମ୍ବଲପୁରରୁ ୧୧, କେନ୍ଦ୍ରାପଡାରୁ ୧୦, ନୟାଗଡରୁ ୫, କୋରାପୁଟରୁ ୩, କଳାହାଣ୍ଡିରୁ ୩, ଅନୁଗୁଳରୁ ୨, ଭଦ୍ରକରୁ ୨, ଦେବଗଡରୁ ୨, ସୁନ୍ଦରଗଡରୁ ୨, ବରଗଡରୁ ୧, ମାଲକାନଗିରିରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨ଟି ଜିଲ୍ଲାରୁ କୌଣସି ନୂଆ ମାମଲା ରିପୋର୍ଟ ହୋଇନାହିଁ ।

ରାଜ୍ୟରେ ଏ ଯାବତ ୧୦ ଲକ୍ଷ ୨୮ ହଜାର ୩୬୬ ଲୋକ କୋରୋନା ପଜିଟିଭ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୧୫ ହଜାର ୧୮ ସୁସ୍ଥ ହୋଇସାରିଛନ୍ତି । ୫ ହଜାର ୭୫ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.