ଶୀତଦିନ ପାଇଁ ଭୁବନେଶ୍ୱର ମହାନଗର ନିଗମର କୋରୋନା ଗାଇଡଲାଇନ

ଭୁବନେଶ୍ୱର- ଶୀତ ଦିନ ପାଇଁ କୋଭିଡ କଟକଣାକୁ ଆହୁରି କଡାକଡି କରିଛି ଭୁବନେଶ୍ୱର ମହାନଗର ନିଗମ –ବିଏମସି । ଶୀତଦିନେ ସଂକ୍ରମଣ ବଢିବା ଆଶଙ୍କା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି । ଏ ନେଇ ଗାଇଡଲାଇନ ଜାରି କରିଛି ନିଗମ । ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ ଲୋକଙ୍କ ଭିଡ ଉପରେ କଟକଣା ଜାରି କରାଯାଇଛି । ଏଣିକି ଏଭଳି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣ ହିଁ ଯୋଗଦେଇ ପାରିବେ । ଏଭଳି କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ସ୍ଥାନର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବେ ଆୟୋଜକ ।

Comments are closed.