ଆଜିଠାରୁ ଓଜେଇଇ କାଉନସେଲିଂ, ଏହି ମାସ ୧୭ରୁ ୨୨ ଯାଏଁ ସିଟ୍ ଆଲଟମେଂଟ୍

‌ଭୁବନେଶ୍ୱର- ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା –ଓଜେଇଇ କାଉନସେଲିଂ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ଏ ବର୍ଷ ଓଜେଇଇରେ ର‌୍ୟାଙ୍କ୍ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୧୬ ତାରିଖ ଯାଏଁ ନାମ ପଞ୍ଜିକରଣ ତଥା ଚଏସ ଫିଲିଂ କରିପାରିବେ । ଏମବିଏ, ଏମସିଏ, ଏମଟେକ୍‌, ଏମ୍ ଆର୍କ, ଏମ୍ ପ୍ଲାନ, ଏମ୍ ଫାର୍ମା, ଲାଟେରାଲ ଏଂଟ୍ରି ( ଡିପ୍ଲୋମା) ଲାଟେରାଲ୍ ଏଂଟ୍ରି ( ବିଏସସି ) ଓ ଇଣ୍ଟିଗ୍ରେଟେଡ୍ ଏମବିଏ ପାଠ୍ୟକ୍ରମ ପାଇଁ କାଉନସେଲିଂ ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୭ ତାରିଖରେ କେବଳ ଲାଟେରାଲ୍ ଏଂଟ୍ରି ( ଡିପ୍ଲୋମା ), ଲାଟେରାଲ୍ ଏଂଟ୍ରି (ବିଏସସି), ଲାଟେରାଲ୍ ଏଂଟ୍ରି ( ଫାର୍ମା ) ଓ ଇଣ୍ଟିଗ୍ରେଟେଡ୍ ଏମବିଏ ପାଠ୍ୟକ୍ରମ ଲାଗି ଆଲଟମେଂଟ୍ ଦିଆଯିବ । ଏହି ମାସ ୨୦ ତାରିଖରେ ଏମବିଏ, ଏମସିଏ, ଏମଟେକ୍‌, ଏମ୍‌. ଆର୍କ,ଏମ୍ ପ୍ଲାନ୍ ଲାଗି ସିଟ୍ ଆଲଟମେଂଟ କରାଯିବ ।

ସିଟ୍ ଆଲଟମେଂଟ ପ୍ରକ୍ରିୟା ଏହି ମାସ ୨୨ ତାରିଖ ଯାଏଁ ଚାଲିବ । ଆସନ୍ତା ୧୨ ତାରିଖରେ ମକ୍ ରେଜଲ୍ଟ ପ୍ରକାଶ ପାଇବ । ଆସନ୍ତା ୧୫ ଓ ୧୬ ତାରିଖ ଚଏସ ଲକିଂ ରହିବ । ୧୯ରୁ ୨୨ ଯାଏଁ ଡକ୍ୟୁମେଂଟ ଭେରିଫିକେସନ କରାଯିବ ।

Comments are closed.