ବାପ-ପୁଅଙ୍କ ପରେ ମହାନଦୀରେ ଭାସିଯାଇଥିବା ଝିଅର ମଧ୍ୟ ମୃତଦେହ ମିଳିଲା

ସମ୍ବଲପୁର- ଟାଉନ ଥାନା ଅନ୍ତର୍ଗତ ମହାନଦୀ ଦଳେଇ ଘାଟରେ ଗାଧୋଉଥିବା ବେଳେ ଭାସିଯାଇଥିବା ଗୋଟିଏ ପରିବାରର ତିନି ସଦସ୍ୟଙ୍କ ମଧ୍ୟରୁ ଝିଅର ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ଗତକାଲି ବାପ-ପୁଅଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କିନ୍ତୁ ଭାସିଯାଇଥିବା ଝିଅକୁ ଖୋଜାଖୋଜି ଚାଲିଥିଲା । ଦୀର୍ଘ ୧୫ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଅଗ୍ନିଶମ ବାହିନୀର ଏକ ଟିମ୍ ଝିଅର ମୃତଦେହ ଉଦ୍ଧାର କରିଛନ୍ତି । ସୋମବାର ଅପରାହ୍ନ ପ୍ରାୟ ୫ଟା ବେଳେ ବାପା ଅଲତାଫ, ପୁଅ ଅଫତାବ ଓ ଝିଅ ରୁକସାନା ଗାଧୋଇବାକୁ ମହାନଦୀର ଦଳେଇ ଘାଟକୁ ଯାଇଥିଲେ । କିନ୍ତୁ ନଦୀର ପ୍ରଖର ସ୍ରୋତରେ ରୁକସାନାଙ୍କ ଗୋଡ ଖସିଯାଇଥିଲା । ଭଉଣୀ ପାଣିରେ ବୁଡି ଯାଉଥିବା ଦେଖି ଭାଇ ଅଫତାବ ତାଙ୍କୁ ଉଦ୍ଧାର କରିବାକୁ ଯାଇ ପାଣି ଭିତରକୁ ଡେଇଁ ପଡିଥିଲେ । କିନ୍ତୁ ଦୁଇ ଶିଶୁ ଗଭୀର ପାଣିରେ ବୁଡି ଯାଇଥିଲେ । ପରେ ବାପା ଅଲତାଫ ମଧ୍ୟ ଦୁଇ ଛୁଆଙ୍କୁ ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡିଥିଲେ । କିନ୍ତୁ ସେ ବି ବୁଡିଯାଇଥିଲେ । ଗତକାଲି ଅଗ୍ନିଶମ ଟିମ୍ ବାପ-ପୁଅଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ ।

Comments are closed.