ସୁନ୍ଦରଗଡ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ, ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା

ସୁନ୍ଦରଗଡ – ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ସୁନ୍ଦରଗଡ ଗସ୍ତ କରିଛନ୍ତି । ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ଅସିତ ତ୍ରିପାଠୀ । ଫସଲ ବିବିଧକରଣ ଓ ସ୍ଥାନୀୟ ଉଦ୍ୟୋଗର ପ୍ରୋତ୍ସାହନ ଉପରେ ଗୁରୁତ୍ୱାରୋପ କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ । ସୁନ୍ଦରଗଡ ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଅଗ୍ରଗତିର ବି ସମୀକ୍ଷା କରିଛନ୍ତି ତ୍ରିପାଠୀ । ପରେ ସେ ଆରଏମସି କଂପ୍ଲେକ୍ସ ଓ ଏନଟିପିସି ହସପିଟାଲ୍ ମଧ୍ୟ ପରିଦର୍ଶନ କରିଛନ୍ତି । ଦକ୍ଷତା ବିକାଶ ଓ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ମଧ୍ୟ ସେ ପରିଦର୍ଶନ କରିବେ ।

Comments are closed.