ଏଣିକି ସ୍ୱଂୟସହାୟିକା ଗୋଷ୍ଠୀ ଦ୍ୱାରା ଆଦାୟ ହେବ ବିଦ୍ୟୁତ୍ ବିଲ୍‌

ଭୁବନେଶ୍ୱର- ଏଣିକି ସ୍ୱଂୟସହାୟିକା ଗୋଷ୍ଠୀଙ୍କ ଦ୍ୱାରା ବିଦ୍ୟୁତ ବିଲ୍ ଆଦାୟ କରାଯିବ । ଘରକୁ ଘର ବୁଲି ବିଦ୍ୟୁତ ବିଲ୍ ଆଦାୟ କରିବେ ଏସଏଚଜି ସଦସ୍ୟା । ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଟିଂ କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବିଜୁଳି ପାଇଁ ଲାଗିବ ପ୍ରିପେଡ୍ ସ୍ମାର୍ଟ ମିଟର । ଗ୍ରାହକ ଚାହିଁଲେ ପ୍ରିପେଡ୍ ସ୍ମାର୍ଟ ମିଟର ଲଗାଇ ପାରିବେ । ସିମ୍ କାର୍ଡରେ ଯେତିକି ପେମେଂଟ୍ କରିବେ, ସେତେକି ବିଜୁଳି ବ୍ୟବହାର କରିବେ ଗ୍ରାହକ । ଏସଏଚଜି ଦ୍ୱାରା ବିଲ୍ ଆଦାୟ କରିବ କଂପାନି । ଯେଉଁଠି ଘରକୁ ବିଦ୍ୟୁତ ସଂଯୋଗ ହୋଇନାହିଁ , ତୁରନ୍ତ ଯୋଗାଇ ଦିଆଯିବ । ବିଦ୍ୟୁତ୍ କାଟ ପୂର୍ବରୁ ଗାଁ ଗଣ୍ଡାରେ ପ୍ରଚାର ହେବା ଦରକାର ବୋଲି ଷ୍ଟାଣ୍ଟିଂ କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରତିମାସ ଶେଷରେ ଗ୍ରାହକଙ୍କୁ ବିଲ୍ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଠିକଣା ସମୟରେ ମଧ ବିଲ୍ ଆଦାୟ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

Comments are closed.