ଆସନ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ, ଆସନ୍ତାବର୍ଷ ଫେବ୍ରୁଆରୀରେ ହୋଇପାରେ ପଂଚାୟତ ନିର୍ବାଚନ

ଭୁବନେଶ୍ୱର – ଆସନ୍ତାବର୍ଷ ଫେବ୍ରୁଆରୀ ମାସରେ ପଂଚାୟତ ନିର୍ବାଚନ ହୋଇପାରେ । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହୋଇପାରେ ପଂଚାୟତ ନିର୍ବାଚନ । ପଂଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିରୁ ଏହି ସଙ୍କେତ ମିଳିଛି । ୫ଟି ପର୍ଯ୍ୟାୟରେ ହୋଇପାରେ ପଂଚାୟନ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ମାର୍ଚ୍ଚ ୫ ସୁଦ୍ଧା ଫଳ ପ୍ରକାଶ ସହ ନବନିର୍ବାଚିତ ଲୋକ ପ୍ରତିନିଧି ଦାୟିତ୍ୱ ନେବେ । ନିର୍ଦ୍ଦିଷ୍ଟ ତାରିଖ ସଂପର୍କରେ ରାଜ୍ୟ ନିର୍ବାଚନ କମିଶନ ଚୂଡାନ୍ତ ନିଷ୍ପତ୍ତି ନେବେ ।
ଅକ୍ଟୋବର ୮ ତାରିଖରେ ପ୍ରାଥମିକ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ । ଜିଲ୍ଲା ପରିଷଦ ପଦବୀ ପାଇଁ ୩୦ତାରିଖରେ ଆସିପାରେ ଚୂଡାନ୍ତ ତାଲିକା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଏହିମାସ ୨୬ରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା । ନିର୍ବାଚନ ପ୍ରସ୍ତୁତି ତ୍ୱରାନ୍ୱିତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.