କରୋନା ଅପଡେଟ୍: କ୍ରମାଗତ ଦ୍ବିତୀୟ ଦିନ ୨୦ ହଜାରରୁ କମ୍ ମାମଲା

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଦ୍ବିତୀୟ ଦିନ ୨୦ ହଜାରରୁ କମ୍ କରୋନା ମାମଲା ରିପୋର୍ଟ ହୋଇଛି । ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ​​ଏବଂ ୨୭୮ ଜଣଙ୍କ ମୃତ୍ୟୁ ହୋଇଛି। ୨୪ ଘଣ୍ଟା ମଧ୍ୟରେ ୨୪,୭୭୦ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ହୋଇଛନ୍ତି | ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨.୫ ଲକ୍ଷକୁ ଖସି ଆସିଛି। ବର୍ତ୍ତମାନ ଦେଶରେ ୨,୪୬, ୬୮୭ ରୋଗୀ ଚିକିତ୍ସାଧୀନ ଅଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୧୦୩ ଦିନ ମଧ୍ୟରେ ଏହା ହେଉଛି ସର୍ବନିମ୍ନ ସକ୍ରିୟ ମାମଲା। ଏହାପୂର୍ବରୁ ମଙ୍ଗଳବାର ଦିନ ୧୮ ହଜାର ୩୪୬ ମାମଲା ରୁଜୁ ହୋଇଥିଲା ଏବଂ ୨୬୩ ଜଣଙ୍କର ମୃତ୍ୟୁ ହୋଇଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ୪ ହଜାର ୭୭୦ ଲୋକ ଆରୋଗ୍ୟ ଲାଭ କରିଛନ୍ତି, ଯାହା ପରେ ସକ୍ରିୟ ମାମଲା ୨ ଲକ୍ଷ ୪୬ ହଜାର ୬୮୭କୁ ଖସି ଆସିଛି। ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ତିନି କୋଟି ୩୮ ଲକ୍ଷ ୭୧ ହଜାର ୮୮୧ କରୋନା ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ଚାରି ଲକ୍ଷ ୪୯ ହଜାର ୫୩୮ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩ କୋଟି ୩୧ ଲକ୍ଷ ୭୫ ହଜାର ୬୬୫ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ଦେଶରେ ଟିକାକରଣ ସଂଖ୍ୟା ୯୨ କୋଟି ଟପିଛି। ଗତକାଲି ଆଉ ୫୯ ଲକ୍ଷ ୪୮ ହଜାର ୩୬୦ ଡୋଜ କରୋନା ଟିକା ଦିଆଯାଇଥିଲା। ଏଯାବତ ଦେଶରେ ମୋଟ ୯୨ କୋଟି ୧୭ ଲକ୍ଷ ୬୫ ହଜାର ୪୦୫ ଡୋଜ୍ ଟିକା ଦିଆଯାଇଛି ।

Comments are closed.