ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପୁଣି ୫ ଶହ ଉପରେ, ୫୯୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପୁଣି ଥରେ ୫ ଶହ ଉପରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୯୩ ନୂଆ ଆକ୍ରାନ୍ତ । ସଂକ୍ରମିତଙ୍କ ମଧ୍ୟରେ ୮୦ ଜଣ ଶିଶୁ କିଶୋର ଅଛନ୍ତି । ସଙ୍ଗରୋଧରୁ ୩୪୬ ଓ ସ୍ଥାନୀୟ ଅଞ୍ଚଳରୁ ୨୪୭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୦, କଟକରୁ ୮୪, ମୟୂରଭଞ୍ଜରୁ ୨୭, ପୁରୀରୁ ୨୩, ଜଗତସିଂହପୁରରୁ ୨୨, ଯାଜପୁରରୁ ୨୨, ବାଲେଶ୍ୱରରୁ ୧୧, ସମ୍ବଲପୁରରୁ ୯, କେନ୍ଦ୍ରାପଡାରୁ ୯ ସୁନ୍ଦରଗଡରୁ ୮, କଳାହାଣ୍ଡିରୁ ୫, ଅନୁଗୁଳରୁ ୪, ଭଦ୍ରକରୁ ୪, ଢେଙ୍କାନାଳରୁ ୪, ନୟାଗଡରୁ ୪, ଦେବଗଡରୁ ୨, ଗଞ୍ଜାମରୁ ୨, ବଲାଙ୍ଗିରରୁ ୧, ବରଗଡରୁ ୧, କନ୍ଧମାଳରୁ ୧,କୋରାପୁଟରୁ ୧, ସୁବର୍ଣ୍ଣପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮ ଜିଲ୍ଲାରୁ କୌଣସି ପଜିିଟିଭ ମାମଲା ରିପୋର୍ଟ ହୋଇନାହିଁ ।

ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୨୯ ହଜାର ୪୧୨ କୋରୋନା ପଜିଟିଭ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୬ ହଜାର ୧୬୫ । ୪ ହଜାର ୯୬୭ ଜଣ ଚିକିତ୍ସାଧୀନ ଅଛନ୍ତି ।

Comments are closed.