ପେଟ୍ରୋଲ, ଡିଜେଲ ପରେ ବଢ଼ିଲା ଏଲପିଜି ମୂଲ୍ୟ

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ସିଏନଜି ଏବଂ ପିଏନଜି ମୂଲ୍ୟରେ ବୃଦ୍ଧି ପରେ ଏବେ ଏଲପିଜି ମଧ୍ୟ ମହଙ୍ଗା ହୋଇଛି। ଇଣ୍ଡିଆନ୍ ଅଏଲ୍ ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ପେଟ୍ରୋଲିୟମ କମ୍ପାନୀଗୁଡିକ ବୁଧବାର ଦିନ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୫ ଟଙ୍କା ବୃଦ୍ଧି କରିଛନ୍ତି। ଏହା ସହିତ ଜାତୀୟ ରାଜଧାନୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ସିଲିଣ୍ଡରର ମୂଲ୍ୟ ୮୯୯.୫୦ ଟଙ୍କାରେ ପହଞ୍ଚିଛି। ଏହାପୂର୍ବରୁ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ଦାମ୍ ୮୮୪.୫୦ ଟଙ୍କା ଥିଲା। ସେହିଭଳି ୫ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୫୦୨ ଟଙ୍କା ହୋଇଛି। ଆଜିଠାରୁ ନୂଆ ଦର ଲାଗୁ ହୋଇଛି।

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୧୧ ରୁ ୯୨୬ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ମୁମ୍ବାଇରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୮୪.୫୦ ରୁ ୮୯୯.୫୦ ଟଙ୍କାକୁ ବୃଦ୍ଧି ପାଇଛି। ଚେନ୍ନାଇରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୦୦.୫୦ ରୁ ୯୧୫.୫୦ ଟଙ୍କାକୁ ବୃଦ୍ଧି ପାଇଛି।

ଏହାପୂର୍ବରୁ ଆଜି ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବଢ଼ିଛି । ପେଟ୍ରୋଲ ୧୬-୩୦ ପଇସା ଏବଂ ଡିଜେଲ ମୂଲ୍ୟରେ ୩୪-୩୭ ପଇସା ମହଙ୍ଗା ହୋଇଛି | ଫଳରେ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲର ମୂଲ୍ୟ ରେକର୍ଡ ୧୦୨.୯୪ ଟଙ୍କାରେ ପହଞ୍ଚିଛି। ଏଥି ସହିତ ଡିଜେଲର ମୂଲ୍ୟ ଲିଟର ପିଛା ୯୧.୪୨ ଟଙ୍କାକୁ ବୃଦ୍ଧି ପାଇଛି।

Comments are closed.