ବାୟୁସେନା ଦିବସ ଉପଲକ୍ଷେ ସହିଦ ବାୟୁଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ଆଜି ହେଉଛି ଭାରତୀୟ ବାୟୁସେନା ଦିବସ । ଏହି ଅବସରରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସମସ୍ତ ବାୟୁଯୋଦ୍ଧାଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ବାୟୁଯୋଦ୍ଧାଙ୍କ ଉତ୍ସର୍ଗୀକୃତ ଭାବନା, ଅଦମ୍ୟ ସାହସ ଓ ତ୍ୟାଗକୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ପ୍ରତିରକ୍ଷାକୁ ସୁଦୃଢ କରିବା ପାଇଁ ଆମର ବାୟୁଯୋଦ୍ଧା ସର୍ବଦା ପ୍ରୟାସରତ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Comments are closed.