କୋରୋନା ନିୟମ ଢିଲା କଲେ ଆଗକୁ ବିପଦ, ତିନି ମାସ ସତର୍କ ରହିବା ପାଇଁ ଡିଏମଇଟିଙ୍କ ପରାମର୍ଶ

ଭୁବନେଶ୍ୱର- ପାର୍ବଣର ଭିଡ ଯୋଗୁଁ କୋରୋନା ସଂକ୍ରମଣ ବୃଦ୍ଧି ହେବ । ପାର୍ବଣ ଋତୁରେ ସତର୍କତା ଅବଲମ୍ବନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର କହୁଛନ୍ତି । ଯେଉଁ ଜିଲ୍ଲାରେ ସଂକ୍ରମଣ କମୁନାହିଁ, ତାହା ଉପରେ ଅଧିକ ଫୋକସ ରହିବା ପାଇଁ କୁହାଯାଉଛି । ତେଣୁ ଆଗାମୀ ତିନି ମାସ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଢିଲା ହେଲେ ସଂକ୍ରମଣ ବଢିବ ବୋଲି ସେ ସତର୍କବାଣୀ ଶୁଣାଇଛନ୍ତି । ପୂର୍ବରୁ କଟକଣା ନଭେମ୍ବର ମାସ ଯାଏଁ ଥିଲା । ଡିସେମ୍ବର ହେଉଛି ଗୋଟିଏ ଛୁଟି ମାସ । ଅନେକ ଲୋକ ଏହି ମାସରେ ବୁଲିବାକୁ ଯାଆନ୍ତି । ହେଲେ ବର୍ତ୍ତମାନ ସଂକ୍ରମଣ ପୂରା ହ୍ରାସ ପାଇନାହିଁ । ଏଦୃଷ୍ଟିରୁ କେନ୍ଦ୍ର ସରକାର ମଧ୍ୟ ଚିନ୍ତା ପ୍ରକଟ କରି ସମସ୍ତଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଜାରି କରିଛନ୍ତି । ଆସନ୍ତାକାଲି ଏ ପ୍ରସଙ୍ଗରେ ରାଜ୍ୟମାନଙ୍କ ସହ କେନ୍ଦ୍ର ସରକାର ଆଲୋଚନା କରିବେ । କାଲିର ବୈଠକରେ ଆଗାମୀ ଦିନ ପାଇଁ କୋରୋନା ନିୟନ୍ତ୍ରଣ ବାବଦରେ ରୂପରେଖ ପ୍ରସ୍ତୁତ ହେବା ସମ୍ଭାବନା ରହିଛି ବୋଲି ଡିଏମଇଟି କହିଛନ୍ତି । ରାଜ୍ୟରେ ଭୁବନେଶ୍ୱରର ସଂକ୍ରମଣ ଏବେ ଚିନ୍ତାର କାରଣ ବୋଲି ସେ କହିଛନ୍ତି । ପ୍ରତ୍ୟେକ ଦିନ ରାଜଧାନୀରେ ୨୫୦ରୁ ୩୦୦ ସଂକ୍ରମିତ ହେଉଛନ୍ତି । ତେଣୁ ଆଗାମୀ କିଛି ମାସ ଭୁବନେଶ୍ୱରବାସୀଙ୍କୁ ଜଗି ରଖି ଚଳିବାକୁ ହେବ ବୋଲି ସେ କହିଛନ୍ତି ।

Comments are closed.