ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୂଜକ ଅଟକ

ପୁରୀ – ଶ୍ରୀମନ୍ଦିର ପରିସରରେ ଥିବା ବାମନ ମନ୍ଦିରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ସଂପୃୃକ୍ତ ନାବାଳିକାଙ୍କ ପରିବାର ଲୋକଙ୍କ ସିଂହଦ୍ୱାର ଥାନାରେ ଏତଲା ଦେବା ପରେ ପକ୍ସୋ ଆଇନରେ ମାମଲା ରୁଜୁ କରିଛି ପୋଲିସ । ଅଭିଯୁକ୍ତ ପୂଜକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସିଡବ୍ଲୁସିରେ ନାବାଳିକାଙ୍କୁ କାଉନସେଲିଂ କରାଯାଇ ତାଙ୍କ ବୟାନ ବି ରେକର୍ଡ କରାଯାଇଛି । ନାବାଳିକା ଜଣକ ପୁରୀ ବାହାରର ହୋଇଥିବା ବେଳେ ଗତକାଲି ତାଙ୍କ ସଂପର୍କୀୟଙ୍କ ସହ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିଲେ ।

Comments are closed.