ଭିଜିଲାନ୍ସ ଜାଲରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦୁଇ ଅଧିକାରୀ

ଭୁବନେଶ୍ୱର- ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦୁଇ ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି । ବୋର୍ଡର ଅଧିକାରୀ ପି.କେ ମହାପାତ୍ରଙ୍କଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ଜବତ ହୋଇଛି । ରାଉରକେଲାରୁ ଭୁବନେଶ୍ୱର ଆସିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ମହାପାତ୍ରଙ୍କ ଭୁବନେଶ୍ୱର ସୁନ୍ଦରପଦା ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ବାଲେଶ୍ୱରର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ନରୋତ୍ତମ ବେହେରା ବି ଭିଜିଲାନ୍ସ ଜାଲରେ ଫସିଛନ୍ତି । ଟାଙ୍ଗୀ ଛକରେ ନରୋତ୍ତମଙ୍କଠାରୁ ୮୯ ହଜାର ଟଙ୍କା ଜବତ ହୋଇଛି । ତାଙ୍କର ଭୁବନେଶ୍ୱର ଘରେ ଭିଜିଲାନ୍ସ ଚଢାଉ କରିଛି ।

Comments are closed.