ଆଜିଠାରୁ ୨୦ ତାରିଖ ଯାଏଁ ଭୁବନେଶ୍ୱର ଓ କଟକ ସହରରେ ରାତି କର୍ଫ୍ୟୁ ଅବଧି ବୃଦ୍ଧି, ରାତି ୮ରୁ ଲାଗୁ ହେବ କର୍ଫ୍ୟୁ

ଭୁବନେଶ୍ୱର -ଦଶହରା ଭିଡକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ଆଜିଠାରୁ ରାତ୍ରି କର୍ଫ୍ୟୁର ଅବଧି ଦୁଇ ଘଣ୍ଟା ବୃଦ୍ଧି କରାଯିବ । ଆଜିଠାରୁ ରାତି ୧୦ଟା ପରିବର୍ତ୍ତେ ୮ଟାରୁ ଲାଗୁ ହେବ ରାତ୍ରି କର୍ଫ୍ୟୁ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଦୁର୍ଗାପୂଜା ବେଳେ ସମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ରାତ୍ରି କର୍ଫ୍ୟୁକୁ ରାଡି ୮ଟାରୁ ଲାଗୁ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଆଜିଠାରୁ ୨୦ ତାରିଖ ଯାଏଁ ରାତି କଟକଣା ୮ଟାରୁ ସକାଳ ୫ଟା ଯାଏଁ ବଜାୟ ରହିବ । କଟକଣା କଡାକଡି ଭାବେ ପାଳନ କରିବା ପାଇଁ ଭୁବନେଶ୍ୱର ଓ କଟକ ସହରରେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

Comments are closed.