ଲଘୁଚାପରେ ପରିଣତ ହେବ ଉତ୍ତର ଆଣ୍ଡାମାନ ସାଗରରେ ସକ୍ରିୟ ଘୁର୍ଣ୍ଣିବଳୟ, ରାଜ୍ୟରେ ୧୭ରୁ ୧୯ ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର – ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆଗାମୀ କିଛି ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହା ଘନୀଭୂତ ହୋଇ ଓଡିଶାଆଡକୁ ମୁହାଁଇବ । କିନ୍ତୁ ଏହା ଅଧିକ ଘନୀଭୂତ ନ ହୋଇ କେବଳ ଅବପାତରେ ସୀମିତ ରହିବ । ଏହାର ପ୍ରଭାବରେ ଓଡିଶା ଉପକୂଳରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହି ମାସ ୧୭ରୁ ୧୯ ତାରିଖ ମଧ୍ୟରେ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ, ଓଡିଶା ଉପକୂଳରେ ପ୍ରବଳ ବର୍ଷା ହେବ । ଅଧିକ ବେଗରେ ପବନ ବହିବା ସମ୍ଭାବନା କ୍ଷୀଣ ବୋଲି ଆକଳନ କରାଯାଉଛି ।

Comments are closed.