ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତ୍ୟୁ ମାମଲା, ପୋଲିସର ଖୋଳତାଡ ଜାରି, ହୋଟେଲ୍ ସିଲ୍ କଲା ପୋଲିସ୍‌

ଭୁବନେଶ୍ୱର – ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ମାମଲାରେ ପୋଲିସ ତଦନ୍ତ ଜୋରଦାର ହୋଇଛି । ପାତ୍ରପଡାର ସାଉଥ ସିଟି ହୋଟେଲକୁ ସିଲ୍ କରିଛି ପୋଲିସ । ସିସିଟିଭ ଫୁଟେଜ୍ ଜବତ କରିଛି ତମାଣ୍ଡୋ ଥାନା ପୋଲିସ । ଶନିବାର ଭୋର୍ ଚାରିଟାରେ ବାର୍ ଭିତରେ ପଶିଥିଲେ ମନୀଷ । ବାର୍‌ର କିଛି କର୍ମଚାରୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଏଣେ ମନୀଷଙ୍କ ବାପା ନବୀନ ପୁଅଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ଭୋଜି କରିବାକୁ ଡାକିନେଇ ସାଙ୍ଗମାନେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ନବୀନ କହିଛନ୍ତି । ରାତି ୪ଟା ୧୧ ମିନିଟରେ ପୁଅଠାରୁ ଶେଷ ଫୋନ୍ କଲ୍ ପାଇଥିଲେ ବୋଲି ନବୀନ କହିଛନ୍ତି ।

Comments are closed.