ସମ୍ବଲପୁର ଜିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ବୈଠକ, ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଆହ୍ବାନ

ସମ୍ବଲପୁର : ବିଜୁ ଜନତା ଦଳ ସମ୍ବଲପୁର ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ.ସିଦ୍ଧାର୍ଥ ଦାସ ଙ୍କ ଅଧ୍ୟକ୍ଷତା ରେ ଅକ୍ଟୋବର ୧୧ ତାରିଖ ଦିନ ସମ୍ବଲପୁର ଜିଲ୍ଲା ବିଜେଡି କାର୍ଯ୍ୟାଳୟ ନିକଟସ୍ଥ ସିଟି ପେଲେସ ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକାରିଣୀ ବୈଠକ ରେ ସମ୍ବଲପୁର ଜିଲ୍ଲା ର ୪ ଗୋଟି ନିର୍ବାଚନ ମଣ୍ଡଳୀ ରୁ ସମସ୍ତ ରାଜ୍ୟ ଓ ଜିଲ୍ଲା ପଦାଧିକାରୀ,ଯୁବକ,ଛାତ୍ର ଓ ମହିଳା ସଂଗଠକ ତଥା ବରିଷ୍ଠ ନେତୃମଣ୍ଡଳୀ ଯୋଗଦାନ କରିଥିଲେ । ପ୍ରଥମେ ସମ୍ବଲପୁର ଜିଲ୍ଲା ପାଇଁ ରାଜ୍ୟ ପର୍ଯ୍ୟବେକ୍ଷକ ଇଂ.ନଳିନୀକାନ୍ତ ପ୍ରଧାନ ଦଳୀୟ ପତାକା ଉତ୍ତଳନ କରି ସମ୍ମିଳନୀ ର ଶୁଭାରମ୍ଭ କରିଥିଲେ । ଏହି ସମ୍ମିଳନୀ ପ୍ରାରମ୍ଭ ରେ ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ,ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଓ ଲୋକନାୟକ ସ୍ବର୍ଗତ ଜୟ ପ୍ରକାଶ ନାରାୟଣ ଙ୍କ ଫୋଟଚିତ୍ର ରେ ମାଲ୍ୟାର୍ପଣ,ଦୀପ ପ୍ରଜ୍ୱଳନ କରି ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସ,ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂହ,ସମ୍ବଲପୁର ଜିଲ୍ଲା ପାଇଁ ରାଜ୍ୟ ପର୍ଯ୍ୟବେକ୍ଷକ ଇଂ.ନଳିନୀକାନ୍ତ ପ୍ରଧାନ,ରାଜ୍ୟ ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ମାନ୍ୟବର ରେଢ଼ାଖୋଲ ବିଧାୟକ ଇଂ.ରୋହିତ ପୂଜାରୀ,ରାଜ୍ୟ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ତଥା ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ,ମାନ୍ୟବାର କୁଚିଣ୍ଡା ବିଧାୟକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ନାଏକ,ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀମତୀ ପ୍ରମିଳା ବହିଦାର,ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଟୁଆ,ଗତ ନିର୍ବାଚନ ରେଙ୍ଗାଲି ପ୍ରାର୍ଥୀନୀ ଇଂ.ରୀନା ତନ୍ତୀ ପ୍ରମୁଖ ମଂଚାସୀନ ଥିଲେ ଓ କର୍ମକର୍ତା ମାନଙ୍କୁ ଉଦବୋଧନ ଦେଇଥିଲେ ସେମାନେ ଦଳ କୁ ସୁସଂଗଠିତ କରି ଜନସାଧାରଣ କିଭଳି ସମସ୍ତ ସରକାରୀ ଉନ୍ନୟନମୂଳକ ଯୋଜନା ର ସୁଫଳ ପାଇଁ ପାରିବେ ସେ ଦିଗ ରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସମ୍ବଲପୁର ର ପୂର୍ବତନ ବିଧାୟିକା ତଥା ରାଜ୍ୟ ସାଧାରଣ ସମ୍ପାଦିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀ ନିଜ ଶାରୀରିକ ଅସୁସ୍ଥତା କାରଣରୁ ଏହି ବୈଠକରେ ଯୋଗଦାନ କରିପାରିନଥିଲେ ଏବଂ ସେ ତାଙ୍କର ଶୁଭେଚ୍ଛା ପ୍ରଦାନ କରିଥିଲେ । ଏହି ଜିଲ୍ଲା କାର୍ଯ୍ୟକାରିଣୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛି ।

ଦଳ ର ବହୁ ପଦାଧିକାରୀ,କର୍ମକର୍ତା ମାନେ ବିଭିନ୍ନ ସାଙ୍ଗଠନିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଦଳ କୁ ଅଧିକ କ୍ରିୟାଶୀଳ କରି ସୁସଂଗଠିତ ଭାବେ କିଭଳି ତୃଣମୂଳ ସ୍ତର ରୁ ସୁଦୃଢ଼ କରାଯିବା ନିମନ୍ତେ ବହୁ ମୂଲ୍ୟ ପରାମର୍ଶ,ପ୍ରସ୍ତାବମାନ ଦେଇଥିଲେ ।

Comments are closed.