ପୁରୀରୁ ୨୫୦ ଗ୍ରାମ ବ୍ରାଉନସୁଗାର ଜବତ , ୬ ଗିରଫ

ପୁରୀ- ପୁରୀ ବଳିଆପଣ୍ଡା ବାଇପାସ ଅଂଚଳରୁ ୨୫୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ୫ ଡିଲର ଓ ଜଣେ ସପ୍ଲାୟରଙ୍କୁ ଗିରଫ କରିଛି ପୁରୀ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ । ସେମାନଙ୍କଠାରୁ ଗୋଟିଏ ବାଇକ, ଗୋଟିଏ କାର୍ ଓ ୧୧ଟି ମୋବାଇଲ ଜବତ କରାଯାଇଛି । ନଗଦ ୫ ହଜାର ଟଙ୍କା ଓ ୨ଟି ଏଟିଏମ କାର୍ଡ ମଧ୍ୟ ଜବତ ହୋଇଛି ।

Comments are closed.