ଜେଇଇ ଆଡଭାନ୍‌ସଡ୍ -୨୦୨୧ ପରୀକ୍ଷା ଫଳ : ଗୌତମ ଦାସ ଓଡିଶା ଟପ୍ପର

ଭୁବନେଶ୍ୱର – ଜେଇଇ ଆଡଭାନ୍‌ସଡ୍ -୨୦୨୧ ପରୀକ୍ଷା ଫଳ ପ୍ରକାଶ ପାଇଛି । ୩୪୮ ନମ୍ବର ରଖି ଦିଲ୍ଲୀର ମୃଦୁଲ ଅଗ୍ରୱାଲ ଟପ୍ପର ହୋଇଛନ୍ତି । ମହିଳା ବର୍ଗରେ ଟପ୍ପର ହୋଇଛନ୍ତି କାବ୍ୟା ଚୋପ୍ରା । ୧୫୦ ର‌୍ୟାଙ୍କ ସହ ବାଲେଶ୍ୱରର ଗୌତମ ଦାସ ଓଡିଶା ଟପ୍ପର ହୋଇଛନ୍ତି । ଗୌତମ ମଧ୍ୟ ଜେଇଇ ମେନ୍‌ରେ ୯୯ ଦଶମିକ ୯୯ ପ୍ରତିଶତ ସ୍କୋର ସହ ଓଡିଶା ଟପ୍ପର ହୋଇଥିଲେ । ଏ ବର୍ଷ ମୋଟ ୧ ଲକ୍ଷ ୪୧ ହଜାର ୬୯୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୧ ହଜାର ୮୬୨ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

Comments are closed.