ମାଓ ନେତା ରାମକ୍ରିଷ୍ଣା ଓରଫ ଆର.କେ ମୃତ

ମାଲକାନଗିରି- କୁଖ୍ୟାତ ମାଓନେତା ରାମକ୍ରିଷ୍ଣା ଓରଫ ଆର.କେର ମୃତ୍ୟୁ ହୋଇଛି । ସିପିଆଇ (ଏମଏଲ ) ପକ୍ଷରୁ ରାମକ୍ରିଷ୍ଣାଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରାଯାଇଛି । ପ୍ରେସ ରିଲିଜ ଜରିଆରେ ଆର.କେର ମୃତ୍ୟୁ ହୋଇଥିବା ନେଇ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘଦିନ ଅସୁସ୍ଥ ରହିଥିବା ଆର.କେଙ୍କ ୧୪ ତାରିଖ ସକାଳେ ମୃତ୍ୟୁ ହୋଇଥିଲା । ରାମକ୍ରିଷ୍ଣାଙ୍କ ବିରୋଧରେ ୨ ଶହରୁ ଅଧିକ ମାମଲା ଥିଲା । ଆନ୍ଧ୍ର-ଓଡିଶା ସ୍ପେଶାଲ୍ ଜୋନାଲ କମିଟିର ମୁଖ୍ୟ ଥିଲେ ରାମକ୍ରିଷ୍ଣା । ମାଓ ସଂଗଠନର କେନ୍ଦ୍ରୀୟ କମିଟିର ସଦସ୍ୟ ମଧ୍ୟ ଥିଲେ ଆର.କେ । ତାଙ୍କ ନାଁରେ କୋଟିଏ ଟଙ୍କାର ପୁରସ୍କାର ରାଶି ଥିଲା ।

Comments are closed.