ଶ୍ରୀକ୍ଷେତ୍ରରେ ଗୋସାଣୀ ଯାତ ଏକ ନିଆରା ପରମ୍ପରା

ଶ୍ରୀକ୍ଷେତ୍ରରେ ପ୍ରଚଳିତ ସମସ୍ତ ପ୍ରଥା ଓ ପରମ୍ପରା ଅନନ୍ୟ ଓ ନିଆରା । ଶାକ୍ତ ପରମ୍ପରା ଅନୁଯାୟୀ ଦୁର୍ଗା ପୂଜା ମଧ୍ୟ ଶ୍ରୀକ୍ଷେତ୍ରରେ ଅତି ପ୍ରାଚୀନ ଏବଂ ଗୈ।ରବଜ୍ଜ୍ଵଳ ପରମ୍ପରା ଉପରେ ପର୍ଯ୍ୟବେସିତ । ଦେବୀ ପୂରାଣ ଅନୁଯାୟୀ ଦକ୍ଷ ଯଜ୍ଞ ବେଳେ ଅପମାନିତ ଓ କ୍ରୋଧାନ୍ୱିତ ମହାଦେବଙ୍କ କାନ୍ଧରୁ ଖଣ୍ଡବିଖଣ୍ଡିତ ମାତା ସତୀଙ୍କର ଶରୀରର ପାଦ ଅ°ଶ ଶ୍ରୀକ୍ଷେତ୍ରରେ ପତିତ ହୋଇଥିଲେ । ତେଣୁ ଶାକ୍ତ ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ରକୁ ପାଦପୀଠ ବା ଆଦ୍ୟ ପୀଠ କୁହାଯାଏ । ସେଥିପାଇଁ ଶ୍ରୀକ୍ଷେତ୍ରର ଅଧିଶ୍ଵରୀ ରୂପେ ମାତା ବିମଳାଙ୍କୁ ପୂଜା କରାଯାଏ ଏବଂ ମହାପ୍ରଭୁ ଜଗନ୍ନାଥଙ୍କୁ ଭୋଗ ଲାଗିବା ପରେ ଉକ୍ତ ପ୍ରସାଦକୁ ସର୍ବପ୍ରଥମେ ମାତା ଵିମଳାଙ୍କୁ ଅର୍ପଣ କରାଯାଇଥାଏ ଏବଂ ତାହା ମା’ପ୍ରସାଦ ଏବଂ ମହାପ୍ରସାଦ ନାମରେ ଭକ୍ତଙ୍କୁ ମିଳିଥାଏ ।

ସେହିପରି ଶାକ୍ତ ପରମ୍ପରାରେ ନଵଦୂର୍ଗା, ଦଶମହାଵିଦ୍ୟା, ଦୂର୍ଗା ମାଧବ, ଅଷ୍ଟକାଳୀ ଆଦି ସମସ୍ତ ପ୍ରଥା,ପୂଜା ଓ ପରମ୍ପରା ପ୍ରଚଳିତ ।

ସାରା ଭାରତବର୍ଷରେ ମା’ଙ୍କର ଶାରଦୀୟ ପୂଜାକୁ ଦୁର୍ଗା ପୂଜା, ଦଶହରା ପୂଜା, ମାତୃ ପୂଜା, ଶକ୍ତି ପୂଜା, ଠାକୁରାଣୀ ପୂଜା ଆଦି ନାମରେ ନାମିତ କରାଯାଇଥିବା ବେଳେ କେବଳ ଶ୍ରୀକ୍ଷେତ୍ରରେ “ଗୋଷାଣୀ ପୂଜା” ନାମରେ ନାମାଙ୍କିତ କରାଯାଇଛି । ଶ୍ରୀକ୍ଷେତ୍ରରେ ବାରମାସରେ ତେର ଯାତ ପରମ୍ପରା ଆଧାରରେ ଗୋଷାଣୀ ପୂଜା ଅପେକ୍ଷା “ଗୋଷାଣୀ ଯାତ” ନାମରେ ଅଧିକ ଖ୍ୟାତ । ଜନଶୃତିରୁ ଜଣାଯାଏ ଯେ ମହିଷାସୁର ସହିତ ଯୁଦ୍ଧ କଲାବେଳେ ଅସୁରର ମାୟା ଜାଲ ଭେଦକରି ଯୁଦ୍ଧରେ ସହାୟତା ନିମନ୍ତେ ମା’ ଆଦ୍ୟାଶକ୍ତି ନିଜ ଅ°ଶରୁ ସ୍ଵୟଂ କିଛି ଉପଶକ୍ତିଙ୍କର ସୃଷ୍ଟି କରିଥିଲେ । ସେମାନେ ଚଣ୍ଡୀ, ଚାମୁଣ୍ଡା, ଗୋଷାଣୀ, ଡାହାଣୀ, ଚିରଗୁଣି ନାମରେ ନିଜର ସ୍ଵାତନ୍ତ୍ର୍ୟ ବଜାୟ ରଖି ମା’ ମହାଶକ୍ତିଙ୍କୁ ଯୁଦ୍ଧରେ ସହାୟତା ପ୍ରଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ଡାହାଣୀ ଚିରଗୁଣି ଆଦି ଅପଶକ୍ତି ନାମରେ ଖ୍ୟାତ । ଚଣ୍ଡି ଓ ଚାମୁଣ୍ଡା ବିଭିନ୍ନ ଶକ୍ତିରୂପରେ ପୀଠାସିନ ଓ ପୂଜା ପ୍ରାପ୍ତ ।

ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା’ ବିମଳାଙ୍କ ପ୍ରତିନିଧି ରୂପେ ମୃଣ୍ମୟ ମୂର୍ତ୍ତି ରୂପରେ ଶ୍ରୀ ମନ୍ଦିରର ପୂର୍ବ ଓ ଦକ୍ଷିଣ କୋଣରେ ମା’ କାକୁଡି ଖାଇ ପୂଜା ପାଆନ୍ତି । “ମା’ କାକୁଡିଖାଇ” ଙ୍କୁ ଆଦ୍ୟାଶକ୍ତି ମା’ ଦୁର୍ଗା ମନେ କରାଯାଇ ଆରାଧନା କରାଯାଏ।

ଶ୍ରୀକ୍ଷେତ୍ରର ଅନ୍ୟ ସମସ୍ତ ମୃଣ୍ମୟ ମୂର୍ତ୍ତି ଙ୍କୁ ଗୋଷାଣୀ ନାମରେ ନାମିତ କରାଯାଇଥାଏ । ପ୍ରକାଶ ଥାଉ କି ମା’ କାକୁଡିଖାଇଙ୍କ ମୃଣ୍ମୟ ମୂର୍ତ୍ତିଙ୍କୁ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ଏହି ତିନିଦିନ ପୂଜା ପରେ ଦଶହରା ନିଶାର୍ଦ୍ଧରେ ଵିସର୍ଜନ କରିଦିଆଯାଏ । କିନ୍ତୁ ଅନ୍ୟ ଗୋଷାଣୀଙ୍କ ମୃଣ୍ମୟ ମୂର୍ତ୍ତିଙ୍କୁ ଏକାଦଶୀ ତିଥିରେ ବିସର୍ଜନ କରାଯାଏ । ଏକାଦଶୀ ତିଥି ସନ୍ଧ୍ୟାରେ ସମସ୍ତ ଗୋଷାଣୀ ମୂର୍ତ୍ତିଙ୍କୁ ନିଜ ନିଜ ଆସ୍ଥାନରୁ ବର୍ଣ୍ଣାଢ଼୍ୟ ପଟୁଆରରେ ଆଣି ଶ୍ରୀମନ୍ଦିର ସାମନାରେ ସିଂହ ଦ୍ଵାରରେ ସମାଗମ କରାଯାଏ । ଅତି ସୁନ୍ଦର ସୋଲ ଫୁଲ କାରିଗରୀର କାରୁକାର୍ଯ୍ୟ ଓ ବିଭିନ୍ନ ଉଜ୍ଜ୍ଵଳ ଆଲୋକ ସଜ୍ଜାରେ ମା’ଙ୍କର ବିଶାଳକାୟ ମୃଣ୍ମୟ ମୂର୍ତ୍ତିର ଗୋଷାଣୀ ମାନେ ଝଲସୁଥାନ୍ତି । ଏହା ଗୋଷାଣୀ ଯାତ ର ଅନ୍ତିମ ଓ ସବୁଠୁ ଆକର୍ଷଣୀୟ ପର୍ଯ୍ୟାୟ । ଲକ୍ଷାଧିକ ଭକ୍ତ ସି଼°ହଦ୍ଵାରରେ ଏ ଅପୂର୍ବ ଶୋଭା ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ କରୁଥାନ୍ତି ।ଶ୍ରୀମନ୍ଦିର ରେ ମହାଦୀପ ଉଠିଲା ପରେ ଏହି ମହାଦୀପ ଦର୍ଶନ କରି ଗୋଷାଣୀ ମାନେ ବିଶ୍ୱର୍ଜନ ହେବାପାଇଁ ନଦୀ ଅଭିମୁଖେ ଯାତ୍ରା କରିଥାନ୍ତି।

ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣୀ ମୂର୍ତ୍ତିଙ୍କ ମଧ୍ୟରେ ମା’ ବାରବାଟୀ ( ବାରବାଟି ଯାଗା ), ମା’ ଜହ୍ନିଖାଇ ( ଦୋଳମଣ୍ଡପ ସାହି ), ମା’ ଭୋଗ ଯାଗା ( ମାଟି ମଣ୍ଡପ ସାହି ), ମା’ ଶୂନ୍ୟ ଗୋଷାଣୀ ( ମାଟି ମଣ୍ଡପ ସାହି ), ମା’ ଜହ୍ନିଖାଇ ( ବାଲି ସାହି ), ହଜୁରୀ ଗୋଷାଣୀ ( ହରଚଣ୍ଡି ସାହି ), ମା’ ଵନଦୁର୍ଗା ( ଵାସେଳି ସାହି ), ମା’ ଵନଦୁର୍ଗା ( ପାଟଣାହାଟ ସାହି ), ମା’ ପଣା ପ୍ରିୟା ( ପଣା ପ୍ରିୟା ଲେନ୍ ), ମା’ ଗେଲ ବାଇ, ମା’ ବେଲବାଇ ଓ ଅନ୍ୟାନ୍ୟ ଶତାଧିକ ମୃଣ୍ମୟ ମୂର୍ତ୍ତି ପୂଜା ପାଆନ୍ତି ।

ଏତଦ୍ ବ୍ୟତୀତ ଶକ୍ତି, ବୀରତ୍ଵ ଓ ଶୈର୍ଯ୍ୟର ପ୍ରତୀକ ଭାବରେ ବିଶାଳକାୟ ନାଗା ମୂର୍ତ୍ତି ପୂଜା ପାଇ ଗୋଷାଣୀ ଯାତ ର ଭଷାଣୀ ଉତ୍ସବରେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାଆନ୍ତି । ବାଲି ସାହି, ହରଚଣ୍ଡି ସାହି, ଦୋଳମଣ୍ଡପ ସାହି, ପଶ୍ଚିମ ଦ୍ଵାର, ଵଳଗଣ୍ଡି ଓ ସିଦ୍ଧ ମହାବୀର ଅଞ୍ଚଳରୁ ବିଶାଳ ନାଗାମୂର୍ତ୍ତି ସି଼°ହଦ୍ଵାର ନିକଟରେ ସମାଗମ ହୁଅନ୍ତି ।

ଅନନ୍ୟ କଳାକୃତି ଭାବେ ବୁଢା ବୁଢୀ ଙ୍କର ଜୀବନ୍ତ ଭଳି ଲାଗୁଥିବା କ୍ରୀଡାନକ ମୂର୍ତ୍ତି ମାର୍କଣ୍ଡେଶ୍ୱର ସାହି ସ୍ଥିତ ବଢେଇ ସାହିରୁ ବାହାରି ଠେଲା ଗାଡ଼ି ଉପରେ କ୍ରୀଡା ପ୍ରଦର୍ଶନ କରନ୍ତି । ସେହିପରି ମାର୍କଣ୍ଡେଶ୍ୱର ସାହିର ସାତ ବଖରା ଯାଗାରେ ସମ୍ପାତ୍ତି ଚଢ଼େଇ ବାନର ଵୀରମାନଙ୍କ ସହିତ ପୂଜା ପାଇ ସି଼°ହଦ୍ଵାରକୁ ଆସନ୍ତି ଗୋଷାଣୀ ଯାତର ଭଷାଣୀ ଉତ୍ସବରେ ସାମିଲ ହେବା ପାଇଁ ।

ବିଭିନ୍ନ ପୈାରାଣୀକ ଓ ସାମାଜିକ ବାର୍ତ୍ତା ବହନ କରୁଥିବା ଅନେକ ଛୋଟ ବଡ଼ ମୂର୍ତ୍ତି ମଧ୍ୟ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଘରେ ପୂଜା ପାଇ ସି଼°ହଦ୍ଵାରରେ ଭଷାଣି ଉତ୍ସବରେ ସାମିଲ ହୁଅନ୍ତି ।
.

Comments are closed.