ବିଶ୍ୱ ଖାଦ୍ୟ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ବିଶ୍ୱ ଖାଦ୍ୟ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ଖାଦ୍ୟ ଦୃଷ୍ଟିରୁ ଓଡିଶା ଏକ ସୁରକ୍ଷିତ ରାଜ୍ୟ ହୋଇପାରିଛି ଓ ଗରିବ ଓ ଦୁର୍ବଳ ଲୋକଙ୍କୁ ଯଥେଷ୍ଟ ଖାଦ୍ୟ ଯୋଗାଣ ନିଶ୍ଚିତ କରାଯାଇଛି । ଖାଦ୍ୟ ଅପଚୟ କମ୍ କରି କରି ସମସ୍ତଙ୍କ ପାଇଁ ଯଥେଷ୍ଟ ପୋଷକ, ସ୍ୱାସ୍ଥ୍ୟକର ଓ ସୁରକ୍ଷିତ ଖାଦ୍ୟ ନିଶ୍ଚିତ କରିବାକୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.