ବହୁଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହରୁ ତଳେ, ୩୫୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ବହୁ ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହ ତଳେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୩୫୮ ଆକ୍ରାନ୍ତ । ସଙ୍ଗରୋଧରୁ ୨୦୯ ଓ ସ୍ଥାନୀୟ ଅଂଚଳରୁ ୧୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସଂକ୍ରମିତଙ୍କ ମଧ୍ୟରେ ଶିଶୁ ଓ କିଶୋରଙ୍କ ସଂଖ୍ୟା ରହିଛି ୪୭ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୬, କଟକରୁ ୧୫, ବାଲେଶ୍ୱରରୁ ୧୩, କେନ୍ଦ୍ରାପଡାରୁ ୧୩, ମୟୂରଭଞ୍ଜରୁ ୧୧, ଯାଜପୁରରୁ ୧୧, ପୁରୀରୁ ୯, ଭଦ୍ରକରୁ ୮, ଜଗତସିଂହପୁରରୁ ୮, ଗଜପତିରୁ ୭, ରାୟଗଡାରୁ ୫, ସମ୍ବଲପୁରରୁ ୪, ବଲାଙ୍ଗିରରୁ ୪, ବରଗଡରୁ ୩, ସୁନ୍ଦରଗଡରୁ ୩, ନୟାଗଡରୁ ୩, ସୁନ୍ଦରଗଡରୁ ୩, ସୁବର୍ଣ୍ଣପୁରରୁ ୨, କୋରାପୁଟରୁ ୨, ଅନୁଗୁଳରୁ ୧, ବୌଦ୍ଧରୁ ୧, ଦେବଗଡରୁ ୧, ଗଞ୍ଜାମରୁ ୧, କେନ୍ଦୁଝରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏ ୧୦ ଲକ୍ଷ ୩୪ ହଜାର ୬୩୪ ଲୋକ କୋରୋନା ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୧ ହଜାର ୧୮୦ । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫ ହଜାର ୧୧୯ ।

Comments are closed.