ନବୀନଙ୍କ ଜନ୍ମଦିନ ଅବସରରେ,ଓଡିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ସମ୍ବଲପୁର: ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ବିଜୁ ଜନତା ଦଳ ସମ୍ବଲପୁର ଜିଲ୍ଲା କାର୍ଯ୍ୟାଳୟ ଠାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ପବିତ୍ର ବିଜୟଦଶମୀ ଦିନ ଅନୁଷ୍ଠିତ ହୋଇଛି । ଏହି ଶିବିର ରୁ ସଂଗୃହିତ ୪୦ ୟୁନିଟ ରକ୍ତ ଓଡ଼ିଶା ର ମହାନାୟକ,ସାଢ଼େଚାରୀ କୋଟି ଓଡ଼ିଶାବାସୀ ଙ୍କ ନେତା “ଓଡ଼ିଶା-ମୋ ପରିବାର” ର ମୁଖ୍ୟ ପୃଷ୍ଠପୋଷକ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୫ ତମ ଜନ୍ମଦିନ ପ୍ରତି ଉତ୍ସର୍ଗୀକୃତ କରାଯାଇଛି । ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ.ସିଦ୍ଧାର୍ଥ ଦାସ ଙ୍କ ପ୍ରେରଣା ରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର କୁ ବିଜୁ ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦକ ଆଇନଜୀବୀ ଶ୍ରୀ ରବି ପୂଜାରୀ ଓ ଶ୍ରୀ ଦେବାଶିଷ ନନ୍ଦ ମିଳିତ ଭାବେ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥିଭାବେ ବର୍ଷିଆନ ବିଜେଡି ନେତା,ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ବିଜୟ ମହାନ୍ତି ଯୋଗ ଦେଇଥିଲେ । ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ପାଣିଗ୍ରାହୀ(ବୁଲୁ),ଜିଲ୍ଲା ସମ୍ପାଦକ ଦିଲୀପ ଦାଶ, ଶିଶିର ମହାନ୍ତି ଓ ସୁଧୀର ପାଣିଗ୍ରାହୀ ତଥା ବରିଷ୍ଠ ଯୁବ ନେତା  ଯାମିନୀ ବହିଦାର,ତଥା ଯୁବ ନେତା ବନମାଳୀ ନାଗ ଓ  ଦୁଲାଲ ଚନ୍ଦ୍ର ରାୟଙ୍କ ଉଦ୍ୟମ ରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର କୁ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସଂଯୋଜିକା କବିତା ପୁରୋହିତ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ରାଜକିଶୋର (ମଞ୍ଜୁ) ଦାସ,ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ସଂଜିତ ମହାନ୍ତି,ଜିଲ୍ଲା ସାଧାରଣ ସମ୍ପାଦକ ଏମବି ସତୟେନ,ଜିଲ୍ଲା ମିଡ଼ିଆ ସଂଯୋଜକ ଚନ୍ଦ୍ର କୁମାର ଦୀକ୍ଷିତ,ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା,ଯୁବ ବିଜେଡି ସମ୍ପାଦକ  ମନୋଜ ମହାପାତ୍ର,ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀପ୍ରସାଦ ମହାପାତ୍ର,ପୂର୍ବତନ କାଉନସିଲର ତଥା ଜିଲ୍ଲା ଯୁବ ବିଜେଡି ସମ୍ପାଦକ ରମାକାନ୍ତ ସାହୁ,ଜିଲ୍ଲା ଯୁବ ବିଜେଡି ସମ୍ପାଦକ ମଞ୍ଜୁ ଓରାମ,ଜିଲ୍ଲା ଛାତ୍ର ବିଜେଡି ସଭାପତି ଡ଼.ସିଦ୍ଧାନ୍ତ ମହାନ୍ତି,ବରିଷ୍ଠ ଯୁବ ନେତା ସୁମନ୍ତର ପଣ୍ଡା, ଲିଙ୍ଗରାଜ ତ୍ରିପାଠୀ,ଇଂ.ନିଶିଥ ଆକାଶ, ମାୟାଧର ଜେନା, ଜୟନାରାୟଣ ନାଗ , ବୁଲୁ ନାୟକ,ବରିଷ୍ଠ ମହିଳା ନେତ୍ରୀ ସୁବର୍ନ ନାୟକ, ରାଖୀ ମୁଣ୍ଡା, ଷ୍ଟିଫେନ ତିର୍କି ଯୋଗ ଦେଇ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ବିଜେଡି ସମ୍ବଲପୁର ଜିଲ୍ଲା ସଭାପତି ଇଂ.ସିଦ୍ଧାର୍ଥ ସମସ୍ତ ରକ୍ତଦାତା ଏବଂ ଆୟୋଜକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Comments are closed.