ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇଁ ବ୍ରହ୍ମପୁର ଖୋଡାସିଙ୍ଗି ୟୁପିଏଚସିକୁ ମିଳିଳା ଏନକ୍ୟୁଏଏସ

ବ୍ରହ୍ମପୁର – ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇଁ ବ୍ରହ୍ମପୁର ମହାନଗର ନିଗମର ଖୋଡାସିଙ୍ଗି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର-ୟୁପିଏଚସିକୁ ସ୍ୱୀକୃତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୧-୨୨ ପାଇଁ ଖୋଡାସିଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନ୍ୟାସନାଲ କ୍ୱାଲିଟି ଆସ୍ୟୁରାନ୍ସ ସାର୍ଟିଫିକେସନ-ଏନକ୍ୟୁଏଏସ ମିଳିଛି । ଏ ନେଇ ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଜିଲ୍ଲା ପ୍ରଶାସନକୁ ଅବଗତ କରିଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ମହାନଗର ନିଗମର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏ ଯାଏଁ ଜିଲ୍ଲାର ୪ଟି ୟୁପିଏଚସି ଗୁଣାତ୍ମକ ସେବା ପାଇଁ ଏନକ୍ୟୁଏଏସ ପାଇଛନ୍ତି ।

ୟୁପିଏଚସି ଏନକ୍ୟୁଏଏସ ପାଇଥିବାରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଖୋଡାସିଙ୍ଗି ୟୁପିଏଚସି ଓ ବ୍ରହ୍ମପୁର ମହାନଗର ନିଗମ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି ।

Comments are closed.