ଏକାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ ପାଠପଢା ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର – ଏକାଦଶ ଶ୍ରେଣୀ ଖୋଲିବା ନେଇ ଜାରି ହୋଇଛି ଗାଇଡଲାଇନ୍ । ଏ ନେଇ ଗଣଶିକ୍ଷା ବିଭାଗ ଚିଠି ଲେଖିଛି । ଆସନ୍ତା ୨୧ରୁ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ କ୍ଲାସରୁମ ପାଠପଢା ଆରମ୍ଭ ହେବ । ଏ ନେଇ ସବୁ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ । ଦୂରଦୂରାନ୍ତରୁ ଆସୁଥିବା ପିଲାମାନଙ୍କ ପ୍ରଥମ ଦିନରେ ଇଂଡକସନ ସେସନ ହେବ । ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକ ଇଣ୍ଡକସନ କ୍ଲାସ ପରିଚାଳନା କରିବେ । । ନଭେମ୍ବର ପହିଲାରୁ ସ୍କୁଲ୍ ପୋଷାକ ଓ ପରିଚୟ ପତ୍ର ବାଧ୍ୟତାମୂଳକ ହେବ । ଏକାଦଶ ଶ୍ରେଣୀରେ ଦଶମ ଶ୍ରେଣୀର ପାଠର ସଂପୃକ୍ତ ଅଂଶ ଆଲୋଚନା ହେବ । ନିୟମିତ ବ୍ୟବଧାନରେ ଅଭିଭାବକ-ଶିକ୍ଷକ ବୈଠକ ଆୟୋଜନ କରାଯିବ ।

Comments are closed.