ରାଜ୍ୟରେ ଆଉ ୩୪୦ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୦ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏଥିମଧ୍ୟରେ ଅଛନ୍ତି ୫୦ ଜଣ ଶିଶୁ ଓ କିଶୋର । ସଙ୍ଗରୋଧରୁ ୧୯୯ ଓ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୧୪୧ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୯, କଟକରୁ ୪୩, କେନ୍ଦ୍ରାପଡାରୁ ୧୫, ମୟୂରଭଞ୍ଜରୁ ୧୪, ବାଲେଶ୍ୱରରୁ ୧୩, ସମ୍ବଲପୁରରୁ ୧୨, ଜଗତସିଂହପୁରରୁ ୧୦, ଯାଜପୁରରୁ ୯, ପୁରୀରୁ ୭, ବରଗଡରୁ ୬, ଭଦ୍ରକରୁ ୪, ଗଞ୍ଜାମରୁ ୪, ରାୟଗଡାରୁ ୪, କୋରାପୁଟରୁ ୩, ଅନୁଗୁଳରୁ ୩, ନୟାଗଡରୁ ୨, ସୁନ୍ଦରଗଡରୁ ୨, ବଲାଙ୍ଗିରରୁ ୧, ଦେବଗଡରୁ ୧, ନବରଙ୍ଗପୁରରୁ ୧, ଢେଙ୍କାନାଳରୁ ୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏଯାବତ ୧୦ ଲକ୍ଷ ୩୫ ହଜାର ୪୧୭ ଲୋକୋ କୋରୋନା ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୨ ହଜାର ୨୫୦ । ୪ ହଜାର ୮୨୪ ଚିକିତ୍ସାଧୀନ ଅଛନ୍ତି ।

Comments are closed.