ପୋଲିସ ହେପାଜତରୁ ସ୍କୁଲ୍ ପରିଚାଳନା ସଭାପତି ଚମ୍ପଟ ଘଟଣାରେ ୩ ପୋଲିସ କର୍ମଚାରୀ ନିଲମ୍ବିତ

ବଲାଙ୍ଗିର – ବଲାଙ୍ଗିର ପୋଲିସ ହେପାଜତରୁ ସନସାଇନ ପବ୍ଲିକ ସ୍କୁଲ ସଭାପତି ଚମ୍ପଟ ମାରିବା ଘଟଣାରେ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ କନେଷ୍ଟବଳ ରାକେଶ ବିଶ୍ୱାଳ,ଦୟା ଜାନୀସ ରବୀନ୍ଦ୍ର ଝିଲେନିଙ୍କୁ ନିଲମ୍ବିତ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୧୦ ଦିନ ଧରି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ନମିତା ମେହେର ନିଖୋଜ ଅଛନ୍ତି । ଏହି ଘଟଣାରେ ସ୍କୁଲ ପରିଚାଳନା ସଭାପତି ଗୋବିନ୍ଦଙ୍କୁ ଅଟର ରଖିଥିଲା ପୋଲିସ । ତେବେ , ସେ ପୋଲିସ ହେପାଜତରୁ ଚମ୍ପଟ ମାରିଛନ୍ତି ।

Comments are closed.