ଭିଜିଲାନ୍ସ ଚଢାଉ ପରେ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ ସୁନା ଓ ୨୪ ଲକ୍ଷ ଟଙ୍କାର ହାର ମିଳିଲା

ଭୁବନେଶ୍ୱର – ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଦୀର୍ଘ ୨୩ ଘଣ୍ଟାର ଭିଜିଲାନ୍ସ ଚଢାଉ ପରେ ଜବତ ସାମଗ୍ରୀର ତଥ୍ୟ ମିଳିଛି । ବିଧାୟକଙ୍କ ଘରୁ ୧ ହଜାର ୪୪୦ ଗ୍ରାମ ସୁନା, ୨୪ ଲକ୍ଷ ୨୫ ହଜାର ଟଙ୍କାର ନେକଲେସ ମିଳିଛି । ଏଥିସହ ଜମିଜମା ସଂପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜ ମିଳିଛି । ଜଣେ ଚାଟାର୍ଡ ଆକାଉଣ୍ଟ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ଛାନଭିନ କରିବେ । ଏହାପରେ ବିଧାୟକଙ୍କ ସଂପତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବ ଭିଜିଲାନ୍ସ ବିଭାଗ । ଚଢାଉ ବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡି, ବ୍ୟାଙ୍କ ପାସବୁକ୍ , କ୍ରେଡିଟ ଓ ଡେବିଟ କାର୍ଡସ ଲାପଟପ୍ ଓ ମୋବାଇଲ ମଧ୍ୟ ଜବତ କରାଯାଇଛି । ତାର ଜଣେ ସହଯୋଗୀଙ୍କଠାରୁ ୨୦ ଲକ୍ଷ ଟଙ୍କା ମିଳିଛି ।

Comments are closed.