ନାବାଳିକା ଅପହରଣ ରୋକିବା ପାଇଁ କମିଶନରେଟ ପୋଲିସର ‘ପ୍ରାରମ୍ଭ’ ଯୋଜନା

ଭୁବନେଶ୍ୱର – ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ‘ପ୍ରାରମ୍ଭ ଯୋଜନା’ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ‘ପ୍ରାରମ୍ଭ’ ଯୋଜନାରେ ନାବାଳିକା ଅପହରଣ ରୋକିବା ନେଇ ସଚେତନତା ସୃଷ୍ଟି କରାଯିବ । ସ୍କୁଲ ଓ କଲେଜମାନଙ୍କରେ କର୍ମଶାଳାର ଆୟୋଜନ କରାଯିବ । ଅଭିଯୋଗ କରିବା ପାଇଁ ପ୍ରାରମ୍ଭ ଯୋଜନାରେ ପୋଲିସ ପକ୍ଷରୁ ହେଲ୍ପ ଲାଇନ ଜାରି କରାଯାଇଛି । ଲୋକେ ଟୋଲ୍ ଫ୍ରି ନମ୍ବର ୨୫୪୫୪୪୫ରେ ଯୋଗାଯୋଗ କରିପାରିବେ । କେବଳ ଭୁବନେଶ୍ୱର ପାଇଁ ଏହି ନମ୍ବର ଉପଲବ୍ଧ ହେବ । ଏହା ଦିନ ୧୦ଟାରୁ ସଂଧ୍ୟା ୫ଟା ଯାଏଁ ଖୋଲା ରହିବ ଏହି ସହାୟତା କେନ୍ଦ୍ର ।

ପୋଲିସ କମିଶନର ସୂଚନା ଦେଇଛନ୍ତି ଯେ, ଗତ ୬ ମାସ ତଳେ ଆରମ୍ଭ ହୋଇଥିବା କିଡନାପିଂ ସେଲ୍ ଦ୍ୱାରା ଟ୍ୱିନସିଟିରୁ ୨୪୧ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ୨୯୫ଟି ଅପହରଣ ଅଭିଯୋଗର ତଦନ୍ତ ଶେଷ କରାଯାଇଥିଲା ।

Comments are closed.