ଦାଦାବଟି ମାଗି ଗୁଳାଇଲେ ଦୁର୍ବୃତ୍ତ, ମହିଳା ଆହତ

ପୁରୀ – ପୁରୀରେ ଗତ ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି । ନରେନ୍ଦ୍ର କୋଣ ଅଞ୍ଚଳରେ ଘଟିଛି ଗୁଳିକାଣ୍ଡ । ଦାଦାବଟିକୁ ନେଇ ହୋଇଥିବା ଗୁଳିମାଡରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ସ୍ଥାନୀୟ ଅଂଚଳର ଜିତେନ୍ଦ୍ର ସାହୁଙ୍କ ଘରକୁ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ଆସି ଦାଦାବଟି ମାଗିଥିଲେ । ଜିତେନ୍ଦ୍ର କବାଟନ ଖୋଲିବାରୁ ସେମାନେ ଗ୍ରିଲ୍ ପଟେ ଗୁଳି ଚଳାଇଥିଲେ । ଏହି ସମୟରେ ଜିତେନ୍ଦ୍ରଙ୍କ ସ୍ତ୍ରୀ ସ୍ୱାମୀଙ୍କୁ ବଂଚାଇବାକୁ ଆସିବାରୁ ଗୁଳି ତାଙ୍କୁ ବାଜିଥିଲା । ଦାଦାବଟି ଆଦାୟ ନେଇ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଆଗରୁ ବି ଅଭିଯୋଗ ଥିଲା ।

Comments are closed.