ଉତ୍ତରାଂଚଳ ଡିଆଇଜିଙ୍କୁ ଭେଟିଲେ ମମିତାଙ୍କ ପରିବାର, ପୋଲିସ ତଦନ୍ତରେ ସନ୍ତୁଷ୍ଟ

ବଲାଙ୍ଗିର – ମହାଲିଙ୍ଗ ମମିତା ମେହେର ହତ୍ୟା ମାମଲାରେ ଉତ୍ତରାଞ୍ଚଳ ଡିଆଇଜିଙ୍କୁ ଭେଟିଛନ୍ତି ମମିତାଙ୍କ ପରିବାର । ପୋଲିସ ତଦନ୍ତରେ ପରିବାର ସନ୍ତୁଷ୍ଟ ବୋଲି ଡିଆଇଜିଙ୍କୁ ଭେଟିବା ପରେ ମମିତାଙ୍କ ବଡବାପା କହିଛନ୍ତି । ଅଭିଯୁକ୍ତ ଗୋବିନ୍ଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ମମିତାଙ୍କ ପରିବାର । ବଲାଙ୍ଗିର ଏସପି ଅଫିସରେ ଡିଆଇଜି ଦୀପକ କୁମାରଙ୍କୁ ମମିତାଙ୍କ ବାପା, ମାଆଙ୍କ ସହ ମୋଟ ୫ ପରିବାର ସଦସ୍ୟ ଭେଟିଛନ୍ତି ।

Comments are closed.