ରାଜ୍ୟରେ ଆଉ ୫୨୪ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୫୨୪ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୩୦୮ ଓ ସ୍ଥାନୀୟ ଅଂଚଳରୁ ୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୮୨ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୪, କଟକରୁ ୬୬, ମୟୂରଭଞ୍ଜରୁ ୨୧, ସୁନ୍ଦରଗଡରୁ ୧୯, ଜଗତସିଂହପୁରରୁ ୧୬, ବାଲେଶ୍ୱରରୁ ୧୪, ସମ୍ବଲପୁରରୁ ୧୨, ପୁରୀରୁ ୧୧, ଯାଜପୁରରୁ ୧୦, ଭଦ୍ରକରୁ ୮, ନୟାଗଡରୁ ୫, ଅନୁଗୁଳରୁ ୪, ଢେଙ୍କାନାଳରୁ ୪, କେନ୍ଦ୍ରାପଡାରୁ ୪, କୋରାପୁଟରୁ ୩, ବରଗଡରୁ ୨, ବୌଦ୍ଧରୁ ୨, ଦେବଗଡରୁ ୨, ବଲାଙ୍ଗିରରୁ ୧, ଗଞ୍ଜାମରୁ ୧, ଝାରସୁଗୁଡାରୁ ୧, କନ୍ଧମାଳରୁ ୧, ନବରଙ୍ଗପୁରରୁ ୧, ରାୟଗଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬ଟି ଜିଲ୍ଲାରୁ କୌଣସି ପଜିଟିଭ ମାମଲା ଆସିନାହିଁ ।

ରାଜ୍ୟରେ ଏଯାବତ୍ ୧୦ ଲକ୍ଷ ୩୭ ହଜାର ୫୬ ଲୋକ କୋରୋନା ସଂକ୍ରମିତ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୩ ହଜାର ୮୪୯ । ସକ୍ରିୟ ମାମଲା ୪ ହଜାର ୮୫୬ ରହିଛି ।

Comments are closed.