ରାଜ୍ୟରେ ଏ ଯାଏଁ ୩ କୋଟି ୪୮ ଲକ୍ଷରୁ ଅଧିକ ଟିକାକରଣ, ୨୪ ଲକ୍ଷ ଲୋକ ନେଇନାହାନ୍ତି ଦ୍ୱିତୀୟ ଡୋଜ୍ ଟିକା

ଭୁବନେଶ୍ୱର – ରାଜ୍ୟରେ ଏ ଯାଏଁ ୩ କୋଟି ୪୮ ଲକ୍ଷ ୩୮ ହଜାର ୧୮୩ ଡୋଜ୍ ଟିକାକରଣ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ୨ କୋଟି ୪୫ ଲକ୍ଷ ୯୦ ହଜାର ୨୪୭ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ୨୨ ଲକ୍ଷ ଟିକା ଆହୁରି ମହଜୁଦ ରହିଛି । ୨୪ ଲକ୍ଷ ଲୋକ ଏବେ ବି ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି । ପାର୍ବଣ ଯୋଗୁଁ ଟିକାକରଣ ଟିକେ ଧିମେଇ ଯାଇଥିବା ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତାକାଲିଠାରୁ ଶିଶୁମାନଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । କେନ୍ଦ୍ର ପକ୍ଷରୁ ଭର୍ଚୁଆଲ ମୋଡ୍‌ରେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଟିକା ପ୍ରଶିକ୍ଷଣ ଦିଆଯିବ । ଓଡିଶାରେ ୧ କୋଟି ଚାଳିଶି ଲକ୍ଷ ୧୮ ବର୍ଷରୁ କମ୍ ବୟସର ପିଲା ଅଛନ୍ତି । କେନ୍ଦ୍ରର ଅନୁମତି ମିଳିଲେ ଶିଶୁମାନଙ୍କୁ ଟିକା ଦେବା ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

Comments are closed.