ଜମ୍ମୁ-କାଶ୍ମୀର ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହ, ସୁରକ୍ଷା ସ୍ଥିତିର କରିବେ ସମୀକ୍ଷା

ନୂଆଦିଲ୍ଲୀ: ଧାରା ୩୭୦ ରଦ୍ଦ ହେବା ପରେ ପ୍ରଥମ ଥର ଜମ୍ମୁ-କାଶ୍ମୀର ଗସ୍ତରେ ଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଶ୍ରୀନଗରରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ବିମାନବନ୍ଦରରେ ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ପାଛୋଟି ନେଇଥିଲେ। ତାଙ୍କର ତିନି ଦିନିଆ ଗସ୍ତ ସମୟରେ ଶାହା ପ୍ରଥମ ଦିନରେ ଶ୍ରୀନଗରରେ ସୁରକ୍ଷା ସମ୍ବନ୍ଧୀୟ ପ୍ରକଳ୍ପର ସମୀକ୍ଷା କରିବେ। ଶାହାଙ୍କ ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ନିକଟରେ ଆତଙ୍କବାଦୀ ମାନେ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ। ଅମିତ ଶାହା ପୋଲିସ ଇନ୍ସପେକ୍ଟର ପରଭେଜ ଅହମ୍ମଦଙ୍କ ପରିବାରକୁ ଭେଟିବାକୁ ଯିବେ। ଜୁନ୍ ମାସରେ ନମାଜ୍ ପାଇଁ ମସଜିଦ ଯାଉଥିବା ବେଳେ ଇନ୍ସପେକ୍ଟର ପରଭେଜଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ।

ଅଗଷ୍ଟ ୫, ୨୦୧୯ରେ ଜାମ୍ମୁ-କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ରଦ୍ଦ କରାଯିବା ସହ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଏହା ଶାହାଙ୍କର ପ୍ରଥମ ଗସ୍ତ। ଏହାପୂର୍ବରୁ ଶାହା ଗୃହମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ ୨୦୧୯ରେ ଜାମ୍ମୁ-କାଶ୍ମୀର ଗସ୍ତ କରିଥିଲେ। ଏହା ପରେ ସେ ଅମରନାଥ ଯାତ୍ରାର ସୁରକ୍ଷା ସମୀକ୍ଷା କରି କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ।

Comments are closed.