ବିନ୍ଦୁସାଗରରେ ଆତ୍ମହତ୍ୟା କରିଥିବା ବିଟେକ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଅର୍ଥାଭାବ ଓ ମାନସିକ ଦୁଶ୍ଚିନ୍ତା ଯୋଗୁଁ ଜୀବନ ହାରିଥିବା ସନ୍ଦେହ

ଭୁବନେଶ୍ୱର- ବିନ୍ଦୁସାଗରକୁ ଡେଇଁପଡିଥିବା ଇଂଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଲିଙ୍ଗରାଜ ଥାନା ପୋଲିସ ଓ ଅଗ୍ନିଶନ ବିଭାଗ ମୃତଦେହ ଉଦ୍ଧାର କରିଛନ୍ତି । ମୃତକ ଜଣକ ହେଉଛନ୍ତି ବିଟେକ୍ ଛାତ୍ର ସାଇଶ୍ରୀ ଜ୍ୟୋତିପ୍ରକାଶ । ସେ କାହିଁକି ଆତ୍ମହତ୍ୟା କଲେ,ତାହା ସ୍ପଷ୍ଟ ହୋଇନାହିଁ । ତେବେ ସେ ମାନସିକ ଦୁଶ୍ଚିନ୍ତାରେ ଥିବା ସନ୍ଦେହ କରାଯାଉଛି । ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ସାଇଶ୍ରୀ ଏକ ପୋଷ୍ଟ କରିଥିଲେ । ପୃଥିବୀ ତାଙ୍କୁ ଅମାନୁଷିକ ଲାଗେ ବୋଲି ସେ ସେଥିରେ ଉଲ୍ଲେଖ କରିଛନ୍ତି । ସୁଇସାଇଡ୍ ନୋଟ୍ ଅପଲୋଡ୍ କରିଛନ୍ତି । ସାଇଶ୍ରୀଙ୍କ ବାପା ଓ ମାଆଙ୍କ ମଧ୍ୟରେ ପାରିବାରିକ କଳହ ଥିଲା । ଏଥିପାଇଁ ସାଇଶ୍ରୀ ଓ ତାଙ୍କ ମାଆ ସାମନ୍ତରାପୁରରେ ଘର ଭଡା ନେଇ ଅଲଗା ରହୁଥିଲେ । ଅର୍ଥାଭାବ ସାଇଶ୍ରୀଙ୍କ ଆତ୍ମହତ୍ୟାର କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

Comments are closed.