ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ବେପାରୀ ଗିରଫ

ଭୁବନେଶ୍ୱର- ପୁଣି ଥରେ ଭୁବନେଶ୍ୱରରୁ ବ୍ରାଉନସୁଗାର ଜବତ ହୋଇଛି । ହାଇଟେକ ଛକରେ ବ୍ରାଉନସୁଗାର ପାଇଁ ଡିଲ୍ ହେଉଥିବା ବେଳେ ଏୟାର ଫିଲଡ ଥାନା ପୋଲିସ ଆନନ୍ଦ କୁମାର ନାମକ ଜଣେ ବେପାରୀଙ୍କୁ ଗିରଫ କରିଛି । ତା ପାଖରୁ ୨୫୪ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ । ଗିରଫ ବେପାରୀ ପାଖରୁ ଗୋଟିଏ ମୋବାଇଲ ସମେତ ନଗଦ ୭ ହଜାର ୬୧୦ ଟଙ୍କା ଜବତ କରାଯାଇଛି । ଯୁବକ ଓ କଲେଜ ଛାତ୍ର ଥିଲେ ତାହାର ଟାର୍ଗେଟ୍ । କାରଗିଲ୍ ବସ୍ତି ଅଂଚଳରେ ଦୀର୍ଘ ଦିନ ହେବ ସେ ବେପାର କରି ଆସୁଥିଲା ବୋଲି ଜଣାପଡିଛି ।

Comments are closed.