କୋରୋନାର ନୂଆ ଭେରିଏଂଟ ନେଇ ଅଧିକ ପରୀକ୍ଷା ନିରୀକ୍ଷା ଚାଲିଛି : ଡିଏମଇଟି

ଭୁବନେଶ୍ୱର- ଇନ୍ଦୋର ଓ ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା କୋରୋନାର ନୂଆ ଭେରିଏଂଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ, ଏହା ୧୦ ପ୍ରତିଶତ ଅଧିକ ସଂକ୍ରମିତ କରିପାରେ । ଡେଲଟା ପ୍ଲସ ପ୍ରଜାତିର ଏହା ନୂଆ ଭେରିଏଂଟ୍ । ଏ ପର୍ଯ୍ୟନ୍ତ ଏହା କେତେ ସଂକ୍ରମିତ କରୁଛି, ତାହା ସ୍ପଷ୍ଟ ହୋଇନାହିଁ । ଏ ନେଇ ଅଧିକ ପରୀକ୍ଷା ନିରୀକ୍ଷା ଚାଲିଛି । ଏହା ଉପରେ ନଜର ରଖାଯାଇଛି । ବ୍ରିଟେନରେ ଏହି ନୂଆ ଭେରିଏଂଟ୍ ଦେଖାଦେଇଛି ବୋଲି ଡିଏମଇଟି କହିଛନ୍ତି । ଏ ନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି ବୋଲି ସେ କହିଛନ୍ତି ।

Comments are closed.