ଧ୍ୟାନଚାନ୍ଦ ଖେଳରତ୍ନ ପାଇଁ ପ୍ରମୋଦ ଭଗତଙ୍କ ନାଁ ସୁପାରିଶ

ନୂଆଦିଲ୍ଲୀ – ୨୦୨୧ ମସିହା ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ଓଡିଶାର ପାରା ବ୍ୟାଡମିଂଟନ ତାରକା ପ୍ରମୋଦ ଭାଗବତଙ୍କ ନାଁ ସୁପାରିଶ କରାଯାଇଛି । ଟୋକିଓ ପାରା ଅଲିମ୍ପିକ୍ସ ବ୍ୟାଡମିଂଟନରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ ଭାଗତ । ଏହାଛଡା ସେ ବିଶ୍ୱ ପାରା ବ୍ୟାଡମିଂଟନ ଚାମ୍ପିଅନସିପ ସହ ଏକାଧିକ ଜାତୀୟ ଓ ଆନ୍ତର୍ଜାତିକ ଟାଇଟଲ ହାସଲ କରିଛନ୍ତି । ଅଲିମ୍ପିକ୍ସ ଜାଭେଲିନ ଥ୍ରୋ ବିଜେତା ନୀରଜ ଚୋପ୍ରା, ରେସଲିଂ ରୌପ୍ୟ ବିଜେତା ରବି କୁମାର, ବ୍ରୋଞ୍ଜ ପଦକ ବିଜୟୀ ହକି ଦଳର ଗୋଲକିପର ପି. ଆର୍ ଶ୍ରୀଜେଶ ପ୍ରମୁଖଙ୍କ ନାଁ ମଧ୍ୟ ଧ୍ୟାନଚାନ୍ଦ ଖେଳରତ୍ନ ପାଇଁ ସୁପାରିଶ କରାଯାଇଛି । ଖେଳରତ୍ନ ହେଉଛି ଜାତୀୟ କ୍ରୀଡାର ସର୍ବୋଚ୍ଚ ସମ୍ମାନ ।

Comments are closed.