କଟକ ସହରରେ ପ୍ରଥମ ଥର ପାଇଁ ଇ-ଟଏଲଟ ବ୍ୟବସ୍ଥା 

କଟକ- କଟକ ସହରରେ ଆରମ୍ଭ କରାଯାଇଛି ଇ-ଟଏଲେଟ ବ୍ୟବସ୍ଥା । ପ୍ରଥମ ଥର ପାଇଁ ସହରର ଏଭଳି ବ୍ୟବସ୍ଥା ଆରମ୍ଭ କରାଯାଇଛି । କଟକ ମହାନଗର ନିଗମ ସହଯୋଗରେ ସୁଲଭ ପରିମଳ କେନ୍ଦ୍ର ଓ ରିଫ୍ରେସମେଂଟ୍ ସେଂଟରର ଉଦଘାଟିତ ହୋଇଛି । ପ୍ରଥମେ ଓଏମପି ଛକ ଓ ମଧୁପାଟଣାରେ ଏଭଳି ଇ-ଟଏଲଟ ବ୍ୟବସ୍ଥା କରାଯାଇଛି । ମାତ୍ର ୧ ଟଙ୍କା ଦେୟରେ ଲୋକେ ଏହି ସ୍ୱଂୟଚାଳିତ ସ୍ମାର୍ଟ ଟଏଲଟର ସୁବିଧା ନେଇପାରିବେ । ଏହି ସେବା ଓ ରକ୍ଷଣାବେକ୍ଷଣା ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ପରିଚାଳନା କରିବେ । ଆଗକୁ ସହରର ଅନ୍ୟସ୍ଥାନରେ ଏହି ବ୍ୟବସ୍ଥା କରାଯିବାକୁ ଯୋଜନା ରହିଛି ।

Comments are closed.