ରାଜ୍ୟରେ ଆଉ ୪୧୨ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୪୧୨ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୩୭ ଓ ସ୍ଥାନୀୟ ଅଂଚଲରୁ ୧୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୬୩ ଜଣ ଶିଶୁ ଓ କିଶୋର ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୯ ଓ କଟକରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୧୪, ଯାଜପୁରରୁ ୧୧, ବାଲେଶ୍ୱରରୁ ୧୧, ପୁରୀରୁ ୧୧, ଜଗତସିଂହପୁରରୁ ୧୦, କେନ୍ଦ୍ରାପଡାରୁ ୧୦, ସମ୍ବଲପୁରରୁ ୮, ସୁନ୍ଦରଗଡରୁ ୭, ଦେବଗଡରୁ ୭, ଭଦ୍ରକରୁ ୬, ନୂଆପଡାରୁ ୬,ବରଗଡରୁ ୫, ଢେଙ୍କାନାଳରୁ ୪, ଗଜପତିରୁ ୪, ନୟାଗଡରୁ ୪, ରାୟଗଡାରୁ ୪, କଳାହାଣ୍ଡିରୁ ୩, ଗଞ୍ଜାମରୁ ୨, କୋରାପୁଟରୁ ୨, ମାଲକାନଗିରିରୁ ୧, କେନ୍ଦୁଝରରୁ ୧, ଝାରସୁଗୁଡାରୁ ୧, ବଲାଙ୍ଗିରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ ଜିଲ୍ଲାରୁ କୌଣସି ମାମଲା ରିପୋର୍ଟ ହୋଇନାହିଁ ।

ରାଜ୍ୟରେ ଏଯାଏଁ ମୋଟ ୧୦ ଲକ୍ଷ ୪୦ ହଜାର ୨୩୦ ଲୋକ କୋରୋନାରେ ସଂକ୍ରମିତ ହୋଇସାରିଛନ୍ତି । ୧୦ ଲକ୍ଷ ୨୭ ହଜାର ୧୦୮ ସୁସ୍ଥ ବି ହୋଇସାରିଛନ୍ତି । ୪ ହଜାର ୭୪୭ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.