ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ ସେବା ନଭେମ୍ବର ଶେଷ ସପ୍ତାହ ଯାଏଁ ବୃଦ୍ଧି

ଭୁବନେଶ୍ୱର- ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ପୁରୀ-ପାଟନା ସ୍ପେଶାଲ ଟ୍ରେନ ସେବା ନଭେମ୍ବର ମାସ ଶେଷ ସପ୍ତାହ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳବାଇ । ପୁରୀରୁ ପ୍ରତି ଶନିବାର ଅପରାହ୍ନ ୨ଟା ୫୫ ମିନିଟରେ ଛାଡୁଥିବା ସ୍ପେଶାଲ ଟ୍ରେନ୍ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ । ସେହିଭଳି ଫେରିବା ବେଳେ ପାଟନାରୁ ପ୍ରତି ସୋମବାର ଦିନ ଗୋଟାଏ ୪୫ ମିନିଟରେ ଛାଡୁଥିବା ପାଟନୀ -ପୁରୀ ସ୍ପେଶାଲ୍ ନଭେମ୍ବର ୨୮ ତାରିଖ ଯାଏଁ ଚଳାଚଳ କରିବ ।

Comments are closed.