ଖୁବ୍ ଶୀଘ୍ର ୮୧ ଡ଼ାକ୍ତର ପଦବୀ ପୂରଣ ହେବ

ଭୁବନେଶ୍ବର: ରାଜ୍ୟରେ ସ୍ବାସ୍ଥ୍ୟ ଭିତିଭୂମିର ବିକାଶ ପାଇଁ ସରକାର ପ୍ରତିଶୃତି ବଦ୍ଧ । ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଖାଲି ଥିବା ଓଡିଶା ମେଡିକାଲ ଓ ସ୍ଵାସ୍ଥ୍ୟସେବା ( ଓଏସ୍ଏଚ୍ଏସ ) ଗ୍ରୁପ ଏ ( ଜୁନିଅର ବ୍ରାଚଂ ) ରେ ଡାକ୍ତର ପଦବୀ ପୂରଣ କରିବାକୁ ଯାଉଛନ୍ତି । ଓଡିଶା ରାଜ୍ୟ ପବ୍ଲିକ ସର୍ଭିସ କମିଶନ ଦ୍ଵାରା ୮୧ ଟି ପଦବୀ ଅନୁସୂଚିତ ଜାତି ଓ ଜନଜାତି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଦ୍ଵାରା ପୂରଣ କରାଯିବ ।

ରାଜ୍ୟ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ରାଜ୍ୟରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଥିବା ଖାଲି ପଦବୀ ସମ୍ପର୍କରେ ସୂଚିତ କରିଛନ୍ତି । ନୂଆ କରି ନିଯୁକ୍ତି ପାଇବାକୁ ଥିବା ଡାକ୍ତରୀ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରୁ ୮୧ଟି ପଦବୀରୁ ଅନୁସୂଚିତ ଜାତି ପାଇଁ ୪୭ଟି ଅନୁସୂଚିତ ଜନଜାତି ପାଇଁ ୩୪ଟି ପଦବୀ ସଂରକ୍ଷିତ ରହିଛିବ ।

ଓଡିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ପାର୍ଥି ଚୟନ ହୋଇ ସାରିବା ପରେ ସାଧାରଣ ପ୍ରଶାସନ ବିଭାଗର ନିୟମ ଅନୁସାରେ ପାର୍ଥିମାନେ ଏନଆଇସି ଦ୍ବାରା ଅନୁଷ୍ଠିତ ହେବାକୁ ଥିବା ଇ-କାଉନ୍‌ସେଲିଙ୍ଗରେ ଯୋଗଦେବେ , ଏହି ଆଧାରରେ ମେଡିକାଲ ଅଫିସର ମାନଙ୍କୁ ଚୁଡାନ୍ତ ନିଯୁକ୍ତି ଦିଆଯିବ ।

ଏହା ଫଳରେ ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ହୋଇ ପାରିବା ସହ ରୋଗୀ ସେବା କ୍ଷେତ୍ରରେ ଉନ୍ନତି ସମ୍ଭବ ହୋଇ ପାରିବ ।

Comments are closed.